ଭୋଟ ଗଣତି ଶୃଙ୍ଖଳା ରେ କରିବା ପାଇଁ ବ୍ଲକ ନିର୍ବାଚନ ଅଧିକାରୀ ଙ୍କୁ ଦାବି ପତ୍ର

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଶାନ୍ତି ଶୃଙ୍ଖଳା ଭାବେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଶାନ୍ତି ପୂର୍ଣ୍ଣ ଭାବେ ସରିଛି I ଯାହାକି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ଓ ଏସପି ଜୟରାମ ଶତପଥୀ ଙ୍କ ନିଦେଶ କ୍ରମେ ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ଭାବେ ନିଜର ଦାଇତ୍ୱ ତୁଲାଇଥିଲେ I ହେଲେ ଭୋଟ ବାକ୍ସ ଗଣତି କେନ୍ଦ୍ର ପହଞ୍ଚି ବାଠୁ ବିଜେପି କଂଗ୍ରେସ ପାର୍ଥି ଙ୍କ ନିଦ ହଜିଯାଇଛି I ଦିନ କୁ ଦିନ ବିଭିନ ପ୍ରକାର ସଡ଼ ଯନ୍ତ୍ର ରଚନା କୁ ନେଇ ଦୃନ୍ଦ ସୃଷ୍ଟି କରୁଛି ଏପରି କି ବିଜେଡ଼ି ଦଳର ଟାଣୁଆ ନେତା ବବି ଦାଶ ବାରମ୍ବାର ମୋହନା ବ୍ଲକ ଗସ୍ତ କରି ଯେପରି କଳେ ବଳେ ତିନଟି ଜୋନ ରୁ ବିଜେଡ଼ି ବିଜୟ ଲାଭ କରିବ ତାକୁ ନେଇ ବାରମ୍ବାର ସରକାରୀ ଅଧିକାରୀ ଙ୍କ ସହ ଆଲଚନା କରୁଛନ୍ତି ଯାହାକି ଭୋଟ ବାକ୍ସ ଅଦଳ ବଦଳ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ I ଜିଲ୍ଲା ପ୍ରକଳ୍ପ ନିଦ୍ଧେଶକ ତାହା ଫେଲ ମାରିବା ପରେ ଭୋଟ ଗଣତି ଦିନ କିଛି ବିଜେଡି ର ବିଶଙ୍ଖଳିତ କର୍ମୀମାନ ଙ୍କ ଦ୍ୱାରା ବଡ ଧରଣର ଅଶାନ୍ତି ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରହିଛି ତେଣୁ ଯେଭଳି ଶାନ୍ତି ପୂର୍ଣ ଭାବେ ସରକାରୀ ନୟମ ଭାବେ ଗଣତି ହେବ ତାହାରି ବେବସ୍ଥା କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ବିଡିଓ ଙ୍କୁ ତିନଟି ଜୋନ ର ଜିଲ୍ଲା ପରିଷଦ ପାର୍ଥି ବିଜେପି କଂଗ୍ରେସ ଏବଂ ଜିଲ୍ଲା ପାଳ ଓ ଏସପି ଙ୍କୁ ଏହି ଖବର ଅବଗତ କରାଇ କଡାସୁରକ୍ଷା ଯୁଗାଇ ବା ପାଇଁ ଅନୁରୋଧ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ