କେନ୍ଦ୍ରାପଡା ବ୍ଲକର ୪ଟି ଜୋନରେ ଆଜି ମତଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକରେ ମଙ୍ଗଳବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । କେନ୍ଦ୍ରାପଡା ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୨୭ପଞ୍ଚାୟତର ୪୨୯ଟି ବୁଥରେ ୧୦୪୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଏକ ଲକ୍ଷ ୨୮ ହଜାର ୫୪ ଭୋଟର । ବ୍ଲକରେ ମୋଟ ୨୭ ଟି ପଞ୍ଚାୟତର ୮୨୩ଜଣ ୱାର୍ଡ ସଭ୍ୟ, ୧୧୧ଜଣ ସରପଞ୍ଚ, ୯୩ଜଣ ସମିତି ସଭ୍ୟ ଓ ୧୭ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ଏହି ନିର୍ବାଚନରେ ନିର୍ଦ୍ଧାରଣ ହେବ । ଏହି ବ୍ଲକରେ ୧୭ଟି ଅସ୍ଥାୟୀ ବୁଥ ରହିଥିବା ବେଳେ ୭୧ଟି ସମ୍ବେଦନଶୀଳ ବୁଥ ରହିଛି । ବ୍ଲକର ମୋଟ ଭୋଟର ସଂଖ୍ୟା ଏକ ଲକ୍ଷ ୨୮ହଜାର ୦୫୯ ମଧ୍ୟରୁ ୬୬ହଜାର ୯୬୫ ପୁରୁଷ ଥିବାବେଳେ ୬୧ହଜାର ୯୪ ଜଣ ମହିଳା ଭୋଟର ଅଛନ୍ତି । ନିର୍ବାଚନ ପରିଚାଳନା ନିମନ୍ତେ କେନ୍ଦ୍ରାପଡା ବ୍ଲକର ୪ଟି ଜୋନରେ ୧୨୮୭ଜଣ ପୋଲିଂ କର୍ମଚାରୀ, ୨୭ଜଣ ସେକ୍ଟର ଅଫିସର, ୪ଜଣ ସେକ୍ଟର ସୁପରଭାଇଜରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୬ଟି ପୋଲିସ ମୋବାଇଲ ପାର୍ଟି, ପ୍ରତି ଜୋନରେ ୪ଜଣ ମ୍ୟାଜିଷ୍ଟ୍ରେଟ, ୪୨୯ ଜଣ ପୋଲିସ ପରସୋନେଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୪୩ଜଣ ପୋଲିସ ପରସୋନେଲଙ୍କୁ ରିଜର୍ଭ ରଖାଯାଇଛି । ସୋମବାର ଏହି ବ୍ଲକର ପ୍ରତିଟି ବୁଥକୁ ଜିଲ୍ଲା ପ୍ରଶାସନ ସହଯୋଗରେ ବ୍ଲକ ପ୍ରଶାସନ ପୋଲିଂ ପାର୍ଟି ପଠାଇଛି । ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପିତାମ୍ବର ସାମଲ କେନ୍ଦ୍ରାପଡା କଲେଜ ପରିସରରେ ହୋଇଥିବା ଅସ୍ଥାୟୀ ନିର୍ବାଚନ କାର୍ଯ୍ୟାଳୟରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ