ଘରେ ଘରେ ତ୍ରିରଙ୍ଗା ନେଇ ଶୋଭାଯାତ୍ରା

ଛତ୍ରପୁର,(ଓ୍ବାଇଏନଏସ): ସ୍ୱାଧୀନତା ଦିବସ ଅବସରରେ “ଘରେ ଘରେ ତ୍ରିରଙ୍ଗା” ଅଭିଯାନକୁ ନେଇ ଶୁକ୍ରବାର ଅପରାହ୍ନରେ ଛତ୍ରପୁରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ଉପର ବସ୍‌ଷ୍ଟାଣ୍ଡଠାରୁ ଆରମ୍ଭ ହୋଇ ରିକାପଲ୍ଲୀ ଦେଇ ନୂଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ପରିକ୍ରମା ଶେଷ ହୋଇଥିଲା। ଶୋଭାଯାତ୍ରାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟକ ଯୁବକ ଯୋଗଦେଇଥିଲେ। ସମସ୍ତେ ହାତରେ ଜାତୀୟ ପତାକା ଧରି ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ପ୍ରଦାନ କରିଥିଲେ। ସହରରେ ଦେଶଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶୋଭାଯାତ୍ରା ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। “ଘରେ ଘରେ ତ୍ରିରଙ୍ଗା” ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଘରେ ଜାତୀୟ ପତାକା ଲଗାଇବାକୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ