ପ୍ରେସ କ୍ଲବ ତରଫରୁ ବିଶ୍ୱ ମାତୃଭାଷା ଦିବ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ସ୍ଥାନୀୟ ବଂଶଧାରା ପାଠାଗାର ପରିସରରେ ସୋମବାର ଦିନ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରେସକ୍ଲବ ସଭାପତି ହୃଷୀକେଶ ଗୌଡ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ହୋଇଥିଲେ ଯଥାକ୍ରମେ ବରିଷ୍ଠ ସାମ୍ବାଦିକ ଶିଶିର କୁମାର ଗୌଡ ଓ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି ତଥା ପ୍ରେସକ୍ଲବ୍ ଉପଦେଷ୍ଟା କବି ପ୍ରଶାନ୍ତ ମିଶ୍ର । ମୁଖ୍ୟ ଅତିଥି ମାତୃଭାଷା ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥଲେ । ମୁଖ୍ୟ ବକ୍ତା କହିଥିଲେ ଯେ, ଓଡିଆ ଆମ ମାତୃଭାଷା । ଆମେ ଓଡିଆକୁ ଭଲ ପାଇବା ଓ ପୃଥିବୀର ଅନ୍ୟ ସମସ୍ତ ଭାଷାକୁ ଯଥାଚିତ ସମ୍ମାନ ଦେବା । ଭାଷାକୁ ନେଇ ସଂକୀର୍ଣ୍ଣ ରାଜନୀତି ଗ୍ରହଣୀୟ ନୂହେଁ । ଅନ୍ୟମାନଙ୍କ ଭତରେ ସମାଜସେବୀ ରାଜେଶ ମିସାଲ, ଟି.କ୍ରିଷ୍ଣା, ଆନନ୍ଦପାତ୍ର, ପ୍ରଶାସନ ସାହୁ, ରାଜେଶ ପଟ୍ଟନାୟକ, ଆର୍.ଲୋକନାଧମ୍, ଶୁଭ୍ରାଂଶୁ ପାତ୍ର, କିଶୋର ଜେନା, ତାରିଣୀ ଆପଟ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ନିର୍ବାଚନୀ ହିଂସାବେଳେ ସାମ୍ବଦିକମାନଙ୍କ ଉପରେ ଆକ୍ରମଣକୁ ଦୃଢ ସ୍ୱରରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ରଖାଯାଇଥିଲା । ନିକଟ ଅତୀତରେ ମୃତ୍ୟୁବରଣ କରିଥିବା ଓଡିଶାର ଦୁଇ ଜଣ ସାହିତ୍ୟିକ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କୁ ମଞ୍ଚାସୀନ ଅତିଥି ଓ ଉପସ୍ଥିତ ସମସ୍ତେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ୨୧ ତାରିଖ ଆଚାର୍ଯ୍ୟ ହରିହର ଦାସ ଓ କବି ରାଧା ମୋହନ ଗଡନାୟକଙ୍କ ତିରୋଧାନ ଦିବସ ହୋଇଥିବା ଯୋଗୁଁ ସେମାନଙ୍କୁ ବି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଶେଷରେ ପ୍ରେସ କ୍ଲବର ଉପସଭାପତି ମନୋଜ କୁମାର ଚୌଧୁରୀ ଧନ୍ୟବାଦ ଦେଇଥିଲେ ।