ବୋଲେରୋ ପିଟିହେଲା ଧାନ ବୋଝେଇ ଟ୍ରକ ରେ ୪ ମୃତ ୭ ଗୁରୁତର

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ) :-କେସିଙ୍ଗା ଥାନା ରାଜ୍ୟ ରାଜପଥ ୨୧୭ ତୁର୍ଳାଖମନ ଠାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁ ସଡ଼କ ଦୁର୍ଘଟଣାରେ ୪ ମୃତ ହୋଇଥିବାବେଳେ ୭ ଗୁରୁତର ଆହତ ହୋଇଛନ୍ତି ।ଏମାନେ ଟିତକେଲା ଠାରୁ ପିପଲପଦର କୁ ବରଯାତ୍ରୀ ଯାଇ ବୋଲେରୋ ରେ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଏକ ଧାନ ବୋଝେଇ ଟ୍ରକ ଶହ ପିଟି ହୋଇଯାଇଥିଲେ।ଫଳରେ ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।୭ ଗୁରୁତର ଙ୍କୁ କେସିଙ୍ଗା ହସ୍ପିଟାଲରେ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲ କୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି । ଗୁରୁତର ଆହତ ଏକ ଛୁଆ କୁ ବୁର୍ଲା ମେଡ଼ିକାଲ କୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ମୃତକ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ବୋଲେରୋ ରେ ସମୁଦାୟ ୧୧ ଜଣ ଥିଲେ।ପୋଲିସ ଘଟଣା ର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ