ବିଜେଡି ଆଗରେ ଅନ୍ୟ ସବୁ ଦଳର ଅଙ୍କ ଫେଲ

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା  ବିଜେଡି ଆଗରେ ସବୁ ଦଳର ଅଙ୍କ କଷା ଫେଲ ମାରିଛି । ପ୍ରଥମ ଦିନର ଗଣତିରେ ସମଗ୍ର କନ୍ଧମାଳ ଜିଲ୍ଲାରେ ବାଜିମାତ କରିଛି ବିଜେଡି । ଯଦିବି ବିଜେପି ବେଶ ଆଶା ବାନ୍ଧିଥିଲା ଅନେକ ସ୍ଥାନରେ ଉତ୍ସାହ ଜନକ ଫଳାଫଳ ଆସିବ ବୋଲି, ତଥାପି ବିଜେପିର ସବୁ ଆଶା ପାଣି ଫାଟି ଯାଇଛି । ଅନ୍ୟ ପକ୍ଷରେ କଂଗ୍ରେସର ସ୍ଥିତି ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଫଳାଫଳରେ ଅତ୍ୟନ୍ତ ଶୋଚନୀୟ ଜଣାପଡୁଛି । ଆଗରେ ରହିଛି ବିଜେଡି, ଅନ୍ୟ ଦୁଇ ପ୍ରମୁଖ ଦଳକୁ ପଛରେ ପକାଇ । ସମଗ୍ର କନ୍ଧମାଳ ଜିଲ୍ଲା  ବିଜେଡି ଶିବିରରେ ଉତ୍ସାହ ଦେଖା ଦେଇଥିବା ବେଳେ ବିଜେପି ଓ କଂଗ୍ରେସ ଶିବିରରେ ଅତ୍ୟନ୍ତ ନିରୁତ୍ସାହଜନକ ସ୍ଥିତି ଦେଖିବାକୁ ମିଳୁଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ