ୟୁକ୍ରେନରୁ ପୁଅକୁ ଉଦ୍ଧାର ପାଇଁ ମା’ର ଆକୁଳ ନିବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ନିଜ ପୁଅକୁ ୟୁକ୍ରେନରୁ ଫେରାଇ ଆଣିବା ପାଇଁ ଜଣେ ମହିଳା ଶନିବାର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଜୟୀପୁରା ଗ୍ରାମର ଉଷାରାଣୀ ରାଉତ ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିବା ତାଙ୍କ ପୁଅ ଅବିନାଶ ରାଉତକୁ ୟୁକ୍ରେନରୁ ତୁରନ୍ତ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରି କରିଛନ୍ତି । ୟୁକ୍ରେନର ନାସନାଲ ପ୍ରୋଭ୍ ମେମୋରିଆଲ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏମ.ବି.ବି.ଏସ. କୋର୍ସ କରୁଥିବା ତାଙ୍କ ପୁଅ ଅବିନାଶ ୟୁକ୍ରେନର ଭିନିତସିଆର ହଷ୍ଟେଲ ନମ୍ବର-୪ରେ ଏବେ ରହୁଛନ୍ତି । ବର୍ତ୍ତମାନ ରସିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଯାଇଥିବାରୁ ପୁଅ ଅବିନାଶର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ତେଣୁ ଅବିନାଶକୁ ୟୁକ୍ରେନରୁ ଫେରାଇ ଆଣିବାକୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ମା’ ଉଷାରାଣୀ କେନ୍ଦ୍ରାପଡା ଜିଲ୍ଲାପାଳ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଦେଶମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କୁ ପତ୍ରଲେଖି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ