ପଲସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲାରେ ରବିବାରଠାରୁ ଆରମ୍ଭ ହୋଇଛି ପଲସ ପୋଲିଓ ଟିକାକରଣ ଅଭିଯାନ । ସକାଳେ ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଟିକାକରଣ ଅଭିଯାନ ତିନି ଦିନ ଧରି ଚାଲିବ । ପ୍ରଥମ ଦିନରେ ଜିଲାର ପ୍ରତି ବ୍ଲକରେ ସ୍ଥାପିତ ବୁଥଗୁଡିକରେ ୦(ଶୂନ) ରୁ ୫(ପାଞ୍ଚ) ବର୍ଷର ଶିଶୁମାନଙ୍କୁ ଏହି ଟିକା ଦିଆଯିବାକୁ ଥିବା ବେଳେ କୌଣସି କାରଣରୁ ବାଦ୍ ପଡିଯାଇଥିବା ଶିଶୁମାନଙ୍କୁ ଆସନ୍ତା ଦୁଇ ଦିନରେ ଦିଆଯିବ । ଦୁଇଦିନରେ ସ୍ୱାସ୍ଥକର୍ମୀମାନେ ଘର ଘର ବୁଲି ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବେ । ଏହି ଟିକାକରଣ ଅଭିଯାନ ପାଇଁ ଜିଲାରେ ସର୍ବମୋଟ ୧୦୬୩ଟି ବୁଥ୍ ପ୍ରତିଷ୍ଠା କରାଯାଇଛି । ୪୨୫୨ଜଣ କର୍ମଚାରୀ ୨୧୨୬ଟି ଟିମରେ ବିଭକ୍ତ ହୋଇ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବେ । ଏଥିପାଇଁ ୨୦୯ଜଣ ସୁପରଭାଇଜର ଓ ୨୦୯ଟି ଗାଡି ନିୟୋଜିତ ହୋଇଛନ୍ତି । ଜିଲାର ୨ଲକ୍ଷ ୧୨ହଜାର ୪୫୮ଜଣ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଯେପରି ସଫଳତାର ସହ ଆୟୋଜିତ ହେବ ଏବଂ କେହି ବି ଜଣେ ହେଲେ ଶିଶୁ ଯେପରି ଏଥିରୁ ବଂଚିତ ନ ହେବେ ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲାରେ ପଲସ୍ ପୋଲିଓ ଟିକାକରଣ ଅଭିଯାନର ଶୁଭାରମ୍ଭ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ଏଡିପିଏଚଓ ଡା. ଶଶାଙ୍କ ଶେଖର ଚୌଧୁରୀ, ଡିପିଏମ ଅନୀଲ କୁମାର ମହାନ୍ତି, ଡିଏମଆରସିଏଚ ଏଲିନା ସାମଲ, ଆଇସିଡିଏସ୍ ପ୍ରୋଗ୍ରାମ ଅଫିସର ଦ୍ରୌପଦୀ ମାର୍ଣ୍ଡିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ