ବାଲେଶ୍ୱର ଓକିଲ ସଂଘ ନିର୍ବାଚନ ୨୬ରେ

ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡିଶା ବାର ଆସୋସିଏସନ ଅନୁବନ୍ଧିତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ଏକକାଳୀନ ଆସନ୍ତା ୨୬ ତାରିଖରେ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିକ୍ରମରେ ବାଲେଶ୍ୱର ଜିଲା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ଆସନ୍ତା ମାର୍ଚ୍ଚ ୫ ତାରିଖରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୯ ତାରିଖରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ, ୧୦ତାରିଖରେ ବୈଦ୍ଧ ପ୍ରାର୍ଥୀ ତାଲିକା ପ୍ରକାଶ,୧୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୨ ତାରିଖରେ ପଦବୀ ଅନୁଯାୟୀ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ବାଲେଶ୍ୱର ବାର ଆସୋସିଏସନର ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ କାର୍ତ୍ତିକ ପ୍ରସାଦ ସି ସୂଚନା ଦେଇଛନ୍ତି । ମାର୍ଚ୍ଚ ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ । ସେହିଦିନ ଅହରାହ୍ନ ୪ଟା ଠାରୁ ଭୋଟ ଗଣତି ସହ ବିଭିନ୍ନ ପଦରେ ବିଜୟୀ ନିର୍ବାଚିତ କର୍ମକର୍ତ୍ତାଙ୍କ ଫଳ ପ୍ରକାଶ କରାଯିଯବ । ତେବେ ଚଳିତ ନିର୍ବାଚନରେ ୧୨୮୪ ଜଣ ଆଇନଜୀବୀ ମତଦାନ କରିବେ ବୋଲି ସେ ସୂଚନା ଦେଇଛନ୍ତି । ପୂର୍ବରୁ ୩ ବର୍ଷକୁ ଥରେ ନିର୍ବାଚନ ହେଉଥିବା ବେଳେ ସଂଶୋଧିତ ନିୟମ ଏବଂ ଓଡ଼ିଶା ରାଜ୍ୟ ବାର କାଉନସିଲ ନିଷ୍ପତ୍ତି ଅନୁସାରେ ସମଗ୍ର ରାଜ୍ୟରେ ପ୍ରତ୍ୟେକ ଜିଲାରେ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ଏହି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ କଟକଣା ଅନୁଯାୟୀ ନିର୍ବାଚନ ପରିଚାଳନା କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ସି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ