ହାଟଡିହିର ବିଭିନ୍ନ ଅଞ୍ଚଳରେ ମହାଶିବରାତ୍ରୀ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ମହା ଶିବରାତ୍ରୀ ପାଳିତ ହୋଇଯାଇଛି । ଆଜି ଭୋର ସମୟରୁ ଏଥିପାଇଁ ସମସ୍ତ ମନ୍ଦିର ମାନଙ୍କରେ ସ୍ୱତନ୍ତ୍ର ରିତୀନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇ ଥିବାବେଳେ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ଦ୍ୱୀପଜାଳି ମାନସିକ ପୁରଣ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଶାସଙ୍ଗ ଶିଖରେଶ୍ୱର ମନ୍ଦିର, ବଞ୍ଚୋର ବଟେଶ୍ୱର ମନ୍ଦିର, ସଢ଼ାର ବୈଦ୍ୟନାଥ ମନ୍ଦିର, ହାଟଡିହିର ହଟକେଶ୍ୱର ମନ୍ଦିର, ଛେନାପଦିଛକର ବିଶେଶ୍ୱର ମହାଦେବ ମନ୍ଦିର, କୁଣ୍ଡିସାହିର କପିଳେଶ୍ୱର ମନ୍ଦିର, ଛେନାପଦିର ବନେଶ୍ୱର ମନ୍ଦିର, ଜଳକଳଙ୍ଗର ଜଳେଶ୍ୱର ମନ୍ଦିର, ହାବଳେଶ୍ୱର ମହାଦେବ ମନ୍ଦିର, ମୁଗୁପୁରର ଉତ୍ତରେଶ୍ୱର ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିଲା । ମନ୍ଦିର ପରିଚାଳନା କମିଟି ଗୁଡିକ ସରକାରଙ୍କ କୋଭିଡ କଟକଣା କୁ ମାନି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଢ଼ା ବୈଦ୍ୟନାଥ ମନ୍ଦିରରେ ସକାଳୁ ପ୍ରଭୂଙ୍କର ରିତିକାନ୍ତୀ ସରିବାପରେ ପହଡ ଖୋଲଯିବାପରେ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ପୂଜାର୍ଚ୍ଚନା କରିଥିଲେ । ଶ୍ରଦ୍ଧାଳୁମାନେ ଠାକୁରଙ୍କ ଉପରେ ଛତାଚଢ଼ାଇ ମନ୍ଦିର ପ୍ରାଙ୍ଗଣରେ ଦ୍ୱୀପଜାଳି ମାନସିକ ବ୍ରତ କରୁଛନ୍ତି । ପଣ୍ଡିତ ମାନଙ୍କ ଦ୍ୱାରା ହରିହାଟ କାର୍ଯ୍ୟ ଚାଲୁରହିଛି । ଏଠାରେ ଆଜି ହରିହରଙ୍କ ମିଳନ ହୁଏ ବୋଲି ପ୍ରବାଦ ରହିଛି । ସେହିପରି କୁଣ୍ଡିସାହିର କପିଳେଶ୍ୱର ମନ୍ଦିରରେ ଅହୋରାତ୍ର ନାମସଙ୍କିର୍ତ୍ତନ ଚାଲୁ ରହିଛି । ରାଧାକୃଷ୍ଣ ପତିଙ୍କ ସଂଯୋଜନାରେ ଅହୋରାତ୍ର ନାମସଂକିର୍ତ୍ତିନ ହେବା ସହ ରାତିରେ ମହାଦୀପ ଉଠାଯାଇଛି । ସେହିପରି ହାଟଡିହି ହଟକେଶ୍ୱର ମନ୍ଦିରରେ ବହୁ ଆଡମ୍ବରପୁର୍ଣ୍ଣ ସହକାରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସେହିପରି ମୁଗୁପୁରର ଉତ୍ତରେଶ୍ୱର ମନ୍ଦିରରେ ଆଜି ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଭକ୍ତମାନେ ଧାଡିବାନ୍ଧି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ମୁଗୁପୁର ସମାଚାର, ଜନସେବକ ଫାଉଣ୍ଡେସନ, ସପୋଟିଭ ହ୍ୟାଣ୍ଡ, ଆଜାଦହିନ୍ଦ କ୍ଲବ ଓ ମୋରାଲ ଗ୍ରୁପର ସଦସ୍ୟମାନଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୁନି ପ୍ରବଚକ କେଶବ ଦାସ ଦ୍ୱିତିକୃଷ୍ଣଙ୍କ ଦ୍ୱାରା ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ମହାଦ୍ୱୀପ ଉଠାଯାଇଥିଲା । ସେହିପରି ଛେନାପଦିଛକ ବିଶେଶ୍ୱର ମନ୍ଦିରରେ ଆଜି ଦିନ ତମାମ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଭକ୍ତମାନେ ମା ତାରିଣୀଙ୍କ ଦର୍ଶନ କରିବା ସହିତ ବିଶେଶ୍ୱର ମହାଦେବଙ୍କ ପାଖରେ ଭୋଗଲାଗି କରିଥିଲେ । ଏହି ଉପଲକ୍ଷେ ମନ୍ଦିର ପରିସରରେ ମହେଶ୍ୱର ସା, ପାର୍ବତୀ ସା ଙ୍କ ପୌରହିତ୍ୟରେ ହୋମଯଜ୍ଞ କରାଯିବା ସହିତ ପଣ୍ଡିତ ବାଇଧର ପାଢ଼ୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଏଠାରେ ରାତି ୯ଟାବେଳେ ମହାଦ୍ୱୀପ ଉଠିବାକୁ ଥିବାବେଳେ ସଢ଼ାରେ ରାତି ସାଢ଼େ ୧୧ଟ।।ରେ, ଶାସଙ୍ଗ ଶିଖରେଶ୍ୱର ମନ୍ଦିରରେ ରାତି ୯ଟାବେଳେ, ହଟକେଶ୍ୱର ମନ୍ଦିରରେ ରାତି ୧୦ଟାରେ ମହାଦ୍ୱୀପ ଉଠିବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିର କମିଟି ସଦସ୍ୟମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ