ସହରାଞ୍ଚଳ ନିର୍ବାଚନ-୨୦୨୨ : ପାରଳା ପୌରପରିଷଦରେ ନାମାଙ୍କନ ଫର୍ମ ନେଲେଣି ଆଶାୟୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ଏନ୍‌ଏସି ନିର୍ବାଚନ ପାଇଁ ଗତକାଲି ଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି । ଆଜି ନାମାଙ୍କନପତ୍ର ଦାଖଲର ତୃତୀୟ ଦିବସରେ ଖବରଲେଖିବା ସୁଦ୍ଧା ପ।।ରଳାଖେମୁଣ୍ଡି ପୌରପରିଷଦରେ ୨୦୦ରୁ ଉର୍ଦ୍ଧ ଆବେଦନପତ୍ର ବିକ୍ରି ହୋଇଥିବା ବେଳେ କାଶୀନଗର ଏନ୍‌ଏସିରେ ୬ଗୋଟି ଆବେଦନ ପତ୍ର ବିକ୍ରି ହୋଇଥିବାର ସୂଚନା ମିଳିଛି । ଆଶାୟୀ ତଥା କାଉନସିଲର ମାନେ ଏହି ଆବେଦନ ପତ୍ର କ୍ରୟ କରିଥିବା ବେଳେ ଶତାଧିକ ସଂଖ୍ୟକ ଫର୍ମ ବିକ୍ରୟକୁ ନେଇ ରାଜନୈତିକ ଉସ୍ମତା ସ୍ପଷ୍ଟଭାବେ ବାରିପଡୁଛି । ତେବେ ଏଥି ମଧ୍ୟରୁ ୩ପ୍ରମୁଖ ଦଳ ଯଥା ବିଜେଡି ବିଜେପି ଓ କଂଗ୍ରେସ ପାଇଁ କେତେ ଜଣ ନେଇଛନ୍ତି ଜଣାପଡିନାହିଁ । ସେହିପରି ବାମପନ୍ଥୀ, ଅନ୍ୟାନ୍ୟ ଏବଂ ସ୍ୱାଧିନ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ଏଥିରେ ସାମିଲ ଥିବାର ଜଣାପଡିଛି । ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ପଦବୀ ପାଇଁ କେବଳ ଜଣେ ପୂର୍ବତନ କାଉନସିଲର ଖଗେଶ୍ୱରୀ ବେହେରା ଆବେଦନପତ୍ର କିଣି ନେଇଥିବାର ଜଣାପଡିଛି । ସେ କେଉଁ ଦଳ ତରଫରୁ ଆବେଦନ କରିବେ ସ୍ପଷ୍ଟ କରିନାହାନ୍ତି । ପାରଳାଖେମୁଣ୍ଡି ସହରରେ ୧୬ଗୋଟି ୱାର୍ଡ ରହିଛି । ସେହିପରି କାଶୀନଗର ଏନ୍‌ଏସିରେ ମୋଟ ୧୩ ଗୋଟି ୱାର୍ଡ ପାଇଁ ଆଜି ସୁଦ୍ଧା ୩ଗୋଟି ୱାର୍ଡ ନିମନ୍ତେ ୬ଜଣ ଆଶାୟୀ କାଉନସିଲର ପ୍ରାର୍ଥି ଆବେଦନ ପତ୍ର ନେଇଥିବାର ଜଣାପଡିଛି । ଏହି ୱାର୍ଡ ଗୁଡିକ ହେଲା ଯଥା କ୍ରମେ ୧, ୨ ଓ ୩ । ୱାର୍ଡ ନମ୍ବର ୧ପାଇଁ ଜଣେ ଆଶାୟୀ, ୨ ନିମନ୍ତେ ୨ ଆଶାୟୀ ଓ ୩ପାଇଁ ୩ଜଣ ଏପରି ଭାବେ ମୋଟ ୬ଗୋଟି ଫର୍ମ ସେଟ୍ ନେଇଥିବାର କାଶୀନଗର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ତେବେ ଏହି ଏନ୍‌ଏସି ପାଇଁ ଦୁଇ ଦିନ ମଧ୍ୟରେ ଜଣେ ହେଲେ ଅଧ୍ୟକ୍ଷା ପଦବୀ ପାଇଁ ଫର୍ମ ନେଇନଥିବାର ମଧ୍ୟ ଜଣାପଡିଛି । ନାମାଙ୍କ ପତ୍ର ଦାଖଲକୁ ଆଉ ୩ଦିନ ବାକି ରହିଥିବା ବେଳେ ଆଜି ସୁଦ୍ଧା ଉଭୟ ସହରାଞ୍ଚଳରେ ଜଣେ କେହି ହେଲେ ବି ଆଶାୟୀ ପ୍ରାର୍ଥୀ ପତ୍ର ଦାଖଲ କରି ନ ଥିବାର ଜଣାପଡିଛି । ଅନ୍ୟପକ୍ଷରେ ଶୁଭ ବେଳାକୁ ଦେଖି ପ୍ରାର୍ଥୀ/ପ୍ର।।ର୍ଥିନୀ ମାନେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ମଧ୍ୟ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ