ଖବର ପ୍ରକାଶ ପାଇବାପରେ ସୁରକ୍ଷାବାଡା ନିର୍ମାଣ

ହାଟଡିହି, (ବିକାଶ ବିଶ୍ୱାଳ ) :-ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଢ଼େଙ୍କାନାଳ ଉପରେ ସୁରକ୍ଷାବାଡା ନିର୍ମାଣ କରାଯାଇଛି । ଛେନାପଦି-ମୁଗୁପୁର ରାସ୍ତାର ଢ଼େଙ୍କାନାଳ ଉପରେ ଥିବା ପୋଲର ସୁରକ୍ଷାବାଡା ନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିଲା । ସୁଲଣ, ମୁଗୁପୁର ଅଞ୍ଚଳର ଅନେକ ଗୋରୁଗାଈ ପୋଲ ତଳକୁ ଖସିପଡି ମୃତାହତ ହେଉଥିବାବେଳେ ଏହି ରାସ୍ତାଦେଇ ଯାଉଥିବା ଯାତ୍ରୀ ମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ପରତା ଦେଖାଇ ଚାରିଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଠିକାଦାର ନିରଞ୍ଜନ ଜେନାଙ୍କ ମାଧ୍ୟମରେ ଏହି ପୋଲର ସୁରକ୍ଷାବାଡା ନିର୍ମାଣ କରାଯାଇଛି । ଏହାକୁନେଇ ପଞ୍ଚୁଗୋଛିଆ ଓ ସୁଲଣ ପଞ୍ଚାୟତବାସୀ ଖୁସି ପ୍ରକଟ କରିବା ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ