ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଭିନବ ପ୍ରୟାସ
ଗଂଜାମ, (ବିନୋଦ ପଲାଇ) :ଗଞ୍ଜାମ ପଞ୍ଚାୟତ ସମିତି କାର୍ଯ୍ୟଳୟ ସଭା ପ୍ରକୋଷ୍ଠରେ ଏକ ବିଦ୍ୟାଳୟ ସ୍ତରୀୟ ପଠନ , ଆବୃତ୍ତି ଓ ଲିଖନ ଶିଶୁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧକାରୀ ଭାଗିରଥୀ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ସମସ୍ତ ସହ ଶିକ୍ଷା ଅଧିକାରୀ , କ୍ଲଷ୍ଟର ସଂଯୋଜକ ଏବଂ ପ୍ରାୟ ତିରିଶ ଜଣ ଭାଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । କୋବିଡ ମହାମାରୀ ଯୋଗୁଁ ଦୀର୍ଘ ଦୁଇବର୍ଷ ଧରି ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଇଅଛି ଏହା ସମସ୍ତ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଅନୁଭବ କରିଛନ୍ତି । ଏଥି ପାଇଁ ଓଡିଶା ସରକାର ଓ ଶିକ୍ଷା ବିଭାଗ ଦ୍ଵାରା ଅନଲାଇନ ପାଠପଢା , ୟୁ ଟ୍ଯୂବ , ଦୀକ୍ଷା , ମଧୁ ଆପ , ରେଡିଓ ପାଠଶାଳା , ଦୂରଦର୍ଶନ ଶିକ୍ଷା ଆଦି କାର୍ଯ୍ୟକ୍ରମ ସଫଳତାର ସହ କରାଯାଉଥିଲେ ମଧ୍ୟ ଆଞ୍ଚଳିକ ସ୍ତରରେ ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଅଧିକାରୀ ଭାଗିରଥୀ ବେହେରାଙ୍କ ମତରେ ଯେଉଁ ପିଲାମାନଙ୍କ ଭାଷା ଓ ସାହିତ୍ୟ ଜ୍ଞାନ ଅଧିକ ସେମାନଙ୍କ, ସେମାନେ ଅନ୍ଯାନ୍ଯ ଜ୍ଞାନ ଆହୋରଣ କରିବା ସେତେ ସମର୍ଥ ବୋଲି ଭାବନ୍ତି । ତେଣୁ ପଠନ , ଆବୃତ୍ତି ଓ ଲିଖନକୁ ନେଇ ଶିଶୁ ଲେଖକ କାର୍ମଶାଳା ଆସନ୍ତା ୨୦୨୨ -୨୩ ଶିକ୍ଷା ବର୍ଷରେ ବ୍ଲକସ୍ତରୀୟ ଲାଗୁ ହେବାର ଚିନ୍ତା ନେଇ ଏହି କାର୍ଯ୍ୟକର୍ମର ଆୟୋଜନ କରାଯାଇଛି । ଏହି ଆଲୋଚନା ଚକ୍ରରେ ସମଗ୍ର ଶିକ୍ଷାର ଶିକ୍ଷା ସଂଯୋଜକ ଡ ସନ୍ତୋଷ କୁମାର ପଣ୍ଡା ଆଲୋଚନାରେ ଭାଗ ନେଇ ଏହିପରି ବ୍ଲକ ସ୍ତରରେ ବିଭିନ୍ନ ପ୍ରକାର ଶିକ୍ଷା ଦିଗରେ ଅଭିନବ ପ୍ରୟାସ ମାନର ଆବଶ୍ୟକତା ରହିଛି ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ପ୍ରମୋଦ କୁମାର ଓଝା , ଜନଜାତି ଆବାସିକ ବିଦ୍ୟାଳୟ ହୁମ୍ମାର ପ୍ରଧାନ ଶିକ୍ଷକ ଅଚ୍ୟୁତ ପାଢୀ , ରମ୍ଭା ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରା , ପାଲୁରୁ ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ବେହେରା , ପୂର୍ବତନ ସି ଆର ସି ସି ଲକ୍ଷ୍ମଣ ନାହାକ ଆଦି ଅତିଥି ଯୋଗ ଦେଇ କାର୍ଯ୍ୟକ୍ରମର ରୂପରେଖ ଏବଂ ବ୍ୟବସ୍ଥା ଉପରେ ନିଜର ମତ ରଖିଥିଲେ । ଆଗାମୀ ବର୍ଷରେ ଏଥିପାଇଁ ବିଭିନ ସାହିତ୍ଯ ଅନୁଷ୍ଠାନ , ସାହିତ୍ଯକ ବ୍ୟକ୍ତି ଏବଂ ଭାଷା ଓ ସାହିତ୍ଯ ପ୍ରତିଷ୍ଠାନ ମାନଙ୍କ ଯୋଗଦେବାର ସମ୍ଭାବନା ରହିଅଛି । ବ୍ଲକର ବିଆରସିସି ବିଜୟ ବେହେରା ସହ ଦାମୋଦର ପଣ୍ଡା , ରବୀନ୍ଦ୍ର କୁମାର ସେଠି ଆଦି ସିଆରସିସି ସଫଳତାର ସହ ଆୟୋଜନ କରିଥିଲେ ।