ବୁଲାକୁକୁରଙ୍କୁ ସାହାରା ଦେବା ପାଇଁ ୧୪ ଶହ କିମି ପାଦରେ ଚାଲିଲେ ବ୍ୟକ୍ତି
ମେକ୍ସିକୋ :ସାଧାରଣତଃ ରାସ୍ତାରେ ବୁଲୁଥିବା କୁକୁରଙ୍କୁ କେହି ଧ୍ୟାନ ଦେଇ ନ ଥାନ୍ତି । କେହି ବୁଲାକୁକୁରଙ୍କୁ ଢେଲା ଫୋପାଡିଲାଣି ତ ଆଉ କିଏ ପାଣି । ଏମିତି ଅସହାୟ ଅବସ୍ଥାରେ ଜୀବନ ବିତାନ୍ତି ବୁଲାକୁକର । କିନ୍ତୁ ମେକ୍ସିକୋର ଜଣେ ବ୍ୟକ୍ତି ବୁଲାକୁକୁରଙ୍କୁ ସାହାରା ଦେବା ପାଇଁ ଆଗେଇ ଆସିଛନ୍ତି । ସେ ହେଉଛନ୍ତି ଏଡଗାର୍ଡୋ ପେରୋସ । ଷ୍ଟୁଆର୍ଟ ୱିଲିୟମ୍ସ ନାମକ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ଏଡଗାର୍ଡୋଙ୍କ କାହାଣୀ ଶୁଟ୍ କରି ନିଜ ସୋସିଆଲ ମିଡିଆରେ ଛାଡିଛନ୍ତି । ବୁଲାକୁକୁରଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ୧୪ ଶହ କି.ମି ପାଦରେ ଚାଲିଛନ୍ତି ଏଡଗାର୍ଡୋ । ଏକ ଟ୍ରଲିରେ ସେ କୁକୁରଙ୍କୁ ବୋହି ନେଇଯାଉଥିଲାବେଳେ ଷ୍ଟୁଆର୍ଟଙ୍କ ନଜର ପଡିଥିଲା । ପରେ ସେ ତାଙ୍କ ପାଖରେ ଅଟକି ପୂରା କାହାଣୀ ଶୁଣିଥିଲେ । ଗତ ୬ ବର୍ଷ ଭିତରେ ୫୦୦ରୁ ଊର୍ଦ୍ଧ୍ୱ ଆହତ ବୁଲାକୁକୁରଙ୍କ ଚିକିତ୍ସା କରି ଜୀବନ ବଞ୍ଚାଇଛନ୍ତି । ୪୯ ବର୍ଷୀୟ ଏଡଗାର୍ଡୋଙ୍କ କହିବା ଅନୁଯାୟୀ, ବାକି ଜୀବନ କୁକୁରଙ୍କ ସେବାରେ ଲଗାଇବାକୁ ଚାହେଁ । ସେମାନଙ୍କୁ ସହାୟତା କରିବା ଆମ ଧର୍ମ ବୋଲି ସେ କହିଛନ୍ତି ।


