ଫୁଲଦାନି କିଣିଥିଲେ ମାତ୍ର ୯୦ଟଙ୍କାରେ, ବିକିଲେ ୪.୪ କୋଟିରେ
କୁହାଯାଏ, ଭାଗ୍ୟ କେତେବେଳେ କାହାର ପରିବର୍ତ୍ତନ ହୋଇଯିବ, ତାହା କେହି ଜାଣିପାବେ ନାହିଁ । ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ । ଏଠାରେ ଜଣେ ବ୍ୟକ୍ତି ଏକ ଦୋକାନରୁ ମାତ୍ର ୯୦ ଟଙ୍କାରେ ଏକ ଫୁଲଦାନି କିଣି ୪.୪ କୋଟିରେ ତାକୁ ବିକିଛନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଉକ୍ତ ବ୍ୟକ୍ତି ଜଣଙ୍କ ଏହି ଫୁଲଦାନିଟିକୁ କିଣିବାର କିଛିଦିନ ପରେ ଏହା ୩୦୦ ବର୍ଷ ପୁରୁଣା ବୋଲି ଜାଣିବାକୁ ପାଇଥିଲେ । ତେଣୁ ଫୁଲଦାନିଟିକୁ ସେ ନିଲାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଚାଇନାର ଜଣେ ବ୍ୟକ୍ତି ଫୁଲଦାନିଟିକୁ ୪.୪କୋଟି ଟଙ୍କା ଦେଇ କିଣିଛନ୍ତି । ୩୦୦ ବର୍ଷ ପୁରୁଣା ଏହି ଫୁଲଦାନିରେ ୧୭୩୫ରୁ ୧୭୯୬ ପର୍ଯ୍ୟନ୍ତ ଚାଇନାରେ ଶାସନ କରୁଥିବା ସମ୍ରାଟ କିୟାନଲୋଙ୍ଗଙ୍କ ସହ ଜଡିତ କିଛି ଚିହ୍ନ ଅଙ୍କିତ ଅଛି । ଏହି କାରଣରୁ ଫୁଲଦାନିଟି ସ୍ୱତନ୍ତ୍ର ପରିଚୟ ପାଇଛି ।


