ପୌର ନିର୍ବାଚନ ଘୋଷଣା ପରେ କୋଣାର୍କ ଏନ ଏସି ବିଜେଡି ଦଳରୁ ୮ ପ୍ରମୂଖ ଆଶାୟୀ ପ୍ରାର୍ଥୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ଚଳିତ ବର୍ଷ ପୌର ନିର୍ବାଚନ କୁ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ମାର୍ଚ୍ଚ ୨୪ ରେ ନିର୍ବାଚନ ଘୋଷଣା ହୋଇଛି । ମାର୍ଚ୍ଚ ୨ ରୁ ୭ ମଧ୍ୟରେ ପ୍ରାର୍ଥି ପତ୍ର ଦାଖଲ ହେବାକୁ ନେଇ ତାରିଖ ସ୍ଥିରୀକୃତ ହେବା ଫଳରେ ଖୁବ କମ ସମୟ ଥିବା କୁ ନେଇ ଏବେ ସମଗ୍ର ଓଡ଼ିଶାରେ ପୌରନିର୍ବାଚନ କୁ ନେଇ ରାଜନୀତି ପସାପାଲି ଖେଳ ଆରମ୍ଭ ହୋଇଗଲାଣି ।ବିଭିନ୍ନ ଦଳ ଏବେ ନିଜର ପ୍ରାଥୀ ଚୟନ କୁ ନେଇ ବିଭିନ୍ନ ପୌରାଞ୍ଚଳ ଓ ଏନଏଏସି ରେ ଘନାଘନ ବୈଠକ ଚାଲିଥିବା ଜଣାପଡିଛି । ଅନୁରୁପ ଭାବେ କୋଣାର୍କ ଏନ ଏ ଏସି ରେ ମହିଳା ଅଧକ୍ଷା ପାର୍ଥିଙ୍କୁ ନେଇ ବିଜେଡି, ବିଜେପି, ଓ କଂଗ୍ରେସ ଦଳ ର ମୁଖିଆ ଙ୍କ ପକ୍ଷରୁ ଘନାଘନ ବୈଠକ ବସୁଥୁବା ଓ ଅନେକ ଆଶାୟୀ ଙ୍କୁ ନେଇ ବିଜେଡି,ବିଜେପି ର ମୁଖିଆଙ୍କ ମୁଣ୍ଡ ବିନ୍ଧା କାରଣ ହୋଇଥିବା କୁ ନେଇ ସେମାନେ ପାର୍ଥି ଚୟନ ନିମନ୍ତେ ବିଭିନ୍ନ ୱାର୍ଡ ରୁ ସ୍ଥାନୀୟ ଦଳୀୟ କର୍ମୀ ଙ୍କୁ ନେଇ ନିର୍ବାଚନ ଷ୍ଟିୟରିଂ କମିଟି ମାନ ଗଠନ କରିଥିବା ବିଶେଷ ସୂତ୍ର ରୁ ଜଣାପଡିଛି । ଏହି କମିଟି ର ପରାମର୍ଶ କ୍ରମେ ପାର୍ଥି ଙ୍କ ଯୋଗ୍ୟତା ଓ ଦକ୍ଷତା ଆଧାର କୁ ନେଇ ବିଚାର କରାଯିବ ବୋଲି ଜଣାପଡିଛି ।ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଏନ ଏ ଏସି ୧୮ ହଜାର ରୁ ଉର୍ଦ୍ଧ ଲୋକସଂଖ୍ୟା ବିଶିଷ୍ଟ୧୩ ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଛି ।ଏହି ୧୩ ଗୋଟି ୱାର୍ଡ ରୁ ଚଳିତ ନିର୍ବାଚନ ରେ ୧୨୧୬୧ ଜଣ ଭୋଟର ଭୋଟ ଦେଇ ନିଜର ମତ ସବସ୍ଥ୍ୟ କରିବେ ।ଯାହାକୁ ନେଇ ଏବେ ଠାରୁ ଏହି ୧୨୧୬୧ ଜଣ ଭୋଟରଙ୍କୁ ହାତେଇବା ପାଇଁ ସ୍ୱତନ୍ତ୍ର ଅଙ୍କ କଷା ଆରମ୍ଭ ହୋଇଯାଇଛି ।ଚଳିତ ବର୍ଷ ପୌର ନିର୍ବାଚନ ରେ ଅଧକ୍ଷ ନିର୍ବାଚନ ପ୍ରତେକ୍ଷ ଭାବେ ହେବାକୁ ନେଇ ସରକାରଙ୍କ ପକ୍ଷରୁ ଘୋଷଣା ପରେ ବିଭିନ୍ନ ଦଳରେ ଆଶାୟୀ ପ୍ରାର୍ଥି ମାନେ ନିଜ ନିଜର ପ୍ରାର୍ଥିତ୍ବ କୁ ନେଇ ଦଳର ମୁଖିଆ ଙ୍କ ନିକଟରେ ଲମ୍ବା ଧାଡି ଲଗାଇଥିବା ଦେଖାଯାଈଛି । କୋଣାର୍କ ଏନ ଏ ଏସି ରେ ଚଳିତ ବର୍ଷ ଅଧକ୍ଷ ପଦ ପ୍ରତେକ୍ଷ ନିର୍ବାଚନ ହେବାକୁ ନେଇ ଓ ମହିଳା ପାର୍ଥି ଭାବେ ପ୍ରଥମଥର ସରକ୍ଷଣ ହେଇଥିବାରୁ ଯୋଗ୍ୟ ପ୍ରାର୍ଥି ଙ୍କୁ ସ୍ଥାନ ଦେବାନିମନ୍ତେ ବିଭିନ୍ନ ଦଳ ପକ୍ଷରୁ ପ୍ରୟାସ ଜାରିରହିଛି । ଚଳିତ ନିର୍ବାଚନ ରେ ତ୍ରି ଦଳୀୟ ଲଢେ଼ଇ ହେବା କୁ ନେଇ ଏବେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ସଜବାଜ ଚାଲିଥିଲା ବେଳେ ଏବେ କୋଣାର୍କ ଏନ ଏ ସି ରେ ଆଉ ଗୋଟେ ନୂତନ ଦଳ ଭାବେ ‘ଆମ ଆଦମୀ’ପାର୍ଟି ନିର୍ବାଚନ ମୈଦାନ କୁ ଓଲାହିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ କୋଣାର୍କ ଏନ ଏ ଏସି ରେ ଜଣେ ଶିକ୍ଷିତ ଓ ଦକ୍ଷତା ଥିବା ପାର୍ଥି ଙ୍କୁ ବିଭିନ୍ନ ଦଳ ପକ୍ଷରୁ ଟିକେଟ ମିଳିବାକୁ ନେଇ ଚର୍ଚା ହେଉଥିବା ସାଧାରଣ ରେ ଏହା ଖୁବ ପ୍ରଶଂସିତ ହୋଇଛି । କୋଣାର୍କ କୁ ଏକ ଆନ୍ତର୍ଜାତିକ ସହର ଭାବେ ଗଡ଼ିତୋଳିବା କୁ ନେଇ ଜଣେ ଦକ୍ଷ ଓ ଶିକ୍ଷିତ ମହିଳା ଙ୍କ ଆବଶ୍ୟକ ଥିବା ବିଭିନ୍ନ ଦଳର ଭୋଟର ମାନେ ନିଜର ପ୍ରତିକ୍ରିୟା ରେ ଜଣାଇଛନ୍ତି ।ଚଳିତ ନିର୍ବାଚନ ରେ ଶିକ୍ଷିତ ଓ ଦକ୍ଷତା ପାର୍ଥିଙ୍କୁ ନେଇ ମୁଦା ପ୍ରମୁଖତ ହେବ ବୋଲି ବିଭିନ୍ନ ୱାର୍ଡ ର ଭୋଟର ମାନଙ୍କର ମତାମତ ରୁ ଜଣାପଡିଛି ।ଏହାକୁ ନେଇ ବିଭିନ୍ନ ଦଳର ମୁଖିଆ ମାନେ ଶିକ୍ଷିତ ଓ ଦକ୍ଷତା ର ମାପଦଣ୍ଡ କୁ ନେଇ ଚଳିତ ବର୍ଷ ପ୍ରାର୍ଥି ଚୟନ କରିବାକୁ ମନସ୍ଥ କରିଥିବା ବିଶେଷ ସୂତ୍ର ରୁ ଜଣାପଡିଛି ।ଗୋଟିଏ ପଟେ ଶାସକ ବିଜେଡି ଦଳରେ କିଏ ଉପଯୁକ୍ତ ପ୍ରାର୍ଥି ହେବ ତାକୁ ନେଇ ଦଳ ଚୟନ କରିପାରି ନଥିବା ବେଳେ ଅନେକ ଆଶାୟୀ ବାହାରିବାକୁ ନେଇ ବିଜେଡି ଦଳମଧ୍ୟରେ ଗୋଷ୍ଠୀ କନ୍ଦଳ ହେବା ଆଶଙ୍କା ଦେଖାଦେଇଛି । ବିଜେଡି ଦଳ ରୁ କୋଣାର୍କ ଏନ ଏ ଏସି ୧ ଓ ୨ ନମ୍ବର ୱାର୍ଡ ରୁ ଜଣେ ଲେଖାଁଏ ପ୍ରାର୍ଥି , ୪ ନମ୍ବର ୱାର୍ଡ ରୁ ୨ ଜଣ ୭ ନମ୍ବର ୱାର୍ଡ ରୁ ୨ ଜଣ ୧୦ ଓ ୧୧ ନମ୍ବର ୱାର୍ଡ ରୁ ଜଣେ ଲେଖାଏଁ ଆଶାୟୀ ସମୁଦାୟ ୮ ଜଣ ପ୍ରାର୍ଥି ଭାବେ ନିଜର ଦରଖାସ୍ତ ଗଠିତ ହୋଇଥିବା ଷ୍ଟିଅରିଂ କମିଟି ନିକଟରେ ଦାଖଲ କରିଥିବା ଜଣାପଡ଼ିଛି ।ଯାହାକୁ ନେଇ ଖୋଦ ମନ୍ତ୍ରୀ ଚିନ୍ତାରେ ପଡିଯାଇଛନ୍ତି । କୋଣାର୍କ ବିଜେଡି ଦଳ ରେ ଥିବା ୮ ଜଣ ଆଶାୟୀଙ୍କ ମଧ୍ୟରେ ୪ ନମ୍ବର ୱାର୍ଡ ର ଶ୍ରୀମତୀ ଟୁନିଲତା ନାୟକ ଓ ୭ ନମ୍ବର ୱାର୍ଡ ର ଶ୍ରୀମତୀ ସରିତା ଧଳ ଶିକ୍ଷିତା ,ଦକ୍ଷତା କୁ ନେଇ ଅଧକ୍ଷ ପଦବୀ ନିମନ୍ତେ ଲବିରେ ଶୀର୍ଷ ରେ ଥିବା ଜଣାପଡିଛି ।କୋଣାର୍କ ଏନ ଏସି ଦୀର୍ଘ ୫ ବର୍ଷ ଶାସକ ଦଳ ର ଅଧୀନ ରେ ପରିଚାଳିତ ହେବାପରେ ଜିଲ୍ଲା ପ୍ରସାଶନ ଦ୍ୱାରା ୩ ବର୍ଷ ପରିଚାଳିତ ହୋଇ ଦୀର୍ଘ ୮ ବର୍ଷ ପରେ ଚଳିତ ବର୍ଷ ପୌର ନିର୍ବାଚନ ହେବାକୁ ନେଇ ତିନି ଦଳ ମଧ୍ୟରେ ଉଷ୍ମତା ଜାରି ରହିଥିଲା ବେଳେ ଆଉ ଏକ ନୂତନ ଦଳ ଭାବେ ଆମ ଆଦମୀ ପାର୍ଟି ନିର୍ବାଚନ ରଣାଙ୍ଗନ କୁ ନେଇ ଚଳିତ ନିର୍ବାଚନ ଏକ ଭିର୍ଣ୍ଣ ରୂପ ନେବା ଦେଖାଦେଇଛି ।


