ମହ୍ଲାରପଦାର ଗାଁ ମୁରବୀଙ୍କ ପରଲୋକ
ହାଟଡିହି, (ବିକାଶ ବିଶ୍ୱାଳ ) :-ନିକଟସ୍ଥ ମହ୍ଲାରପଦା ଗ୍ରାମର ଗାଁ ମୁରବୀ ନାରାୟଣ ସାହୁଙ୍କର ୭୨ବର୍ଷ ବୟସରେ ଗତ ବୁଧବାର ରାତିରେ ପରଲୋକ ହୋଇଯାଇଛି । ସେ ଗାଁର ଜଣେ ମୁରବୀତୁଲ୍ୟ ବ୍ୟକ୍ତି ଓ ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ । ଗାଁର ବିଭିନ୍ନ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହିତ ସେ ଜଡିତ ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବିଧବାପତ୍ନୀ ଚମ୍ପାବତୀ ସାହୁ, ପୁଅ ରଶ୍ମୀରଞ୍ଜନ, ଦିପ୍ତୀ ରଞ୍ଜନ, ବୋହୁ ରମାମଣୀ, ପ୍ରମିଳା, ନାତି ବବୁଲ, ବାଦଲ, ସ୍ୱତନ୍ତ୍ର, ଶଶାଦକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପାଇ ସନ୍ତୋଷ ସାମଲ, ସୁନନ୍ଦ ସାହୁ, ଶଶିକାନ୍ତ ରାଉତ, ଗୋପାଳ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ସାହୁ, ଚନ୍ଦ୍ରକାନ୍ତ ରାଉତ, ରାଜେଶ କୁମାର ସାହୁ, ମନୋରଞ୍ଜନ ସାହୁ, ଘନଶ୍ୟାମ ସାହୁ, ନବକିଶୋର ସାହୁ, ଅନାଦି ସାହୁ, ମଦନ ମୋହନ ମହାନ୍ତି, ପଦ୍ମଲୋଚନ ମହାନ୍ତି, ଗଣେଶ୍ୱର ସାହୁ, ଶିବ ଚରଣ ସାହୁ, ସନ୍ତୋଷ ସାହୁ, ରମାକାନ୍ତ ସାହୁ, ଆନନ୍ଦ ଚନ୍ଦ୍ର ସାହୁଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ରଶ୍ମୀରଞ୍ଜନ ମୁଖାଗ୍ନୀ ଦେଇଥିବାବେଳେ ବନ୍ଧୁବାନ୍ଧବ ଓ ଗ୍ରାମବାସୀମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।


