ବଳି ସନ୍ଦେହରେ ସ୍କୁଲ ଭଙ୍ଗାରୁଜା ଘଟଣାରେ ୯ଗିରଫ
ହାଟଡିହି, (ବିକାଶ ବିଶ୍ୱାଳ ) :-ହରାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ରଗୁଡିଆ ଖଣିବଜାରର ଏକ ନାଁବାଳକକୁ ବଳିଦେବା ସନ୍ଦେହରେ ବିଦ୍ୟାଧରପୁର ଇଂରାଜି ମାଧ୍ୟମ ସ୍କୁଲ ଭଙ୍ଗାରୁଜା ଓ ଏ.ଆର.ଏସ.ଏସ କମ୍ପାନୀର ସାମଗ୍ରୀ ଲୁଟ ଘଟଣାରେ ସୋସୋ ପୁଲିସ ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବାଲିବରେଇ ପଞ୍ଚାୟତ ରଗୁଡିଆ ଖଣିବଜାର ସାହିରୁ ୭ବର୍ଷର ଶିଶୁପୁତ୍ର ଦିବାକର ପୁର୍ତ୍ତୀର ନିଖେୋଜ ହୋଇଯାଇଥିଲା । ଅନେକ ଖୋଜାଖେଜି କରିବାରେ କୌଣସି ସନ୍ଧାନ ନପାଇବାରୁ ଓ କିଛି ବ୍ୟକ୍ତିଙ୍କ ମିଥ୍ୟା ସୁଚନାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହିତ ବିଦ୍ୟାଧରପୁର ନିକଟରେ ଚାଲିଥିବା କେନାଲ କାମରେ ଶିଶୁପୁତ୍ରକୁ ବଳି ଦିଆଯାଇଥିବା ସନ୍ଦେହ କରି ଉତ୍ତ୍ୟେକ୍ତ ଲୋକମାନେ ବିଦ୍ୟାଧରପୁର ଇଂରାଜି ମାଧ୍ୟମ ସ୍କୁଲର ଆସବାବପତ୍ରକୁ ଭଙ୍ଗାରୁଜା କରିବା ସହିତ କମ୍ପାନୀର ଦୁଇଟି ମେସିନିରେ ନିଆଁ ଲଗାଇ ଦେଇଥିଲେ । ଏପରିକି କମ୍ପାନୀର ଅନେକ ଯନ୍ତ୍ରାଶଂ ମଧ୍ୟ ଲୁଟପାଟ କରିଥିଲେ । ନିୋଖାଜ ବାଳକକୁ ସୋସୋ ପୁଲିସ ଭଦ୍ରକ ଜିଲ୍ଲା ବାସୁଦେବ ଅଞ୍ଚଳରୁ ଉଦ୍ଧାର କରିବାବାରେ ସକ୍ଷମ ହୋଇଥିଲେ । ଏନେଇ ଇଂରାଜି ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ପଣ୍ଡା ଓ କମ୍ପାନୀ ପକ୍ଷରୁ ସୋସୋ ଥାନାରେ ପୃଥକ ପୃଥକ ଅଭିଯୋଗ ମାନ ହୋଇଥିଲା । ସୋସୋ ପୁଲିସ ଦୁଇଟି ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଏହି ମାମଲାରେ ସୋସୋ ପୁଲିସ ପ୍ରମୋଦ ସାମଲ, ବୃନ୍ଦାବନ ଜେନା, ଶରତ ଜେନା, ପ୍ରଫୁଲ ଜେନା, କୈଳାଶ ଜେନା, ରଞ୍ଜନ ଜେନା, ଗୋପାଳକୃଷ୍ଣ ଜେନା, ମାଟିଆ ଜେନା, ଚନ୍ଦନ ଜେନା ପ୍ରମୁଖଙ୍କୁ ଗିରଫକରିବା ସହିତ ସେମାନଙ୍କ ଠାରୁ ଲୁଟ ସାମଗ୍ରୀ ଉଦ୍ଧାର କରିଛି ।


