ଢ଼େଙ୍କା ପଞ୍ଚାୟତରେ ବିଜେଡିର ବାଜିମାତ

ହାଟଡିହି, (ବିକାଶ ବିଶ୍ୱାଳ ) :ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତରେ ବିଜେଡିର ଦବଦବା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ଗତ ପାଞ୍ଚବର୍ଷ ତଳେ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତର ସରପଞ୍ଚ ପଦବୀ କଂଗ୍ରେସ ହାତକୁ ଯାଇଥିବାବେଳେ ଜିଲ୍ଲାପରିଷଦରେ ମଧ୍ୟ ବିଜେଡି ଆଶାଜନକ ଭୋଟ ପାଇପାରି ନଥିଲା । କିନ୍ତୁ ଚଳିତ ନିର୍ବାଚନରେ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ନାୟକ ଓ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ବିଜେଡି ଏଠାରେ ବିପୁଳ ସଫଳତା ହାସଲ କରି ସର୍ବାଧିକ ଭୋଟ ପ୍ରଦାନ କରିଛି । ବିଜେଡିର ଜିଲ୍ଲାପରିଷ ପ୍ରାର୍ଥୀ ସୁକାନ୍ତୀ ଜେନା ଏହି ପଞ୍ଚାୟତରୁ ସର୍ବାଧିକ ୩୮୩୩ ଭୋଟ ପାଇଥିବାବେଳେ ବିଜେପିକୁ ମାତ୍ର ୯୧୭ଖଣ୍ଡ ଓ କଂଗ୍ରେସକୁ ମାତ୍ର ୭୫୪ଖଣ୍ଡ ଭୋଟ ମିଳିଛି । ସେହିପରି ବିଜେଡି ସରପଞ୍ଚ ପ୍ରାର୍ଥୀ ସୁବାସିନୀ ସେଠୀ ସର୍ବାଧିକ ୩୬୪୦ ଭୋଟ ପାଇପାରିଥିବାବେଳେ ସମିତିସଭ୍ୟ ପ୍ରାର୍ôଥନୀ ସୁକାନ୍ତୀ ବିଶ୍ୱାଳ ୩୫୯୮ ଭୋଟ ପାଇଁ ବିପୁଳ ବିଜୟ ହାସଲ କରିଥିବାରୁ ବିଧାୟକ ଭାଗିରଥି ସେଠୀ ଢ଼େଙ୍କା ପଞ୍ଚାୟତର ସମସ୍ତ ବିଜେଡି କର୍ମୀ ଓ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ