କୁମୁଣ୍ଡିରେ 24 ପ୍ରହର ଅଖଣ୍ଡ ନାମ ଯଜ୍ଞ ଆରମ୍ଭ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତର କୁମୁଣ୍ଡି ଗ୍ରାମରେ ତ୍ରୟୋଦଶତମ 24 ପ୍ରହର ଅଖଅଣ୍ଡ ନାମଯଜ୍ଞ,ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ଆରମ୍ଭ ହୋଇଯାଇଛି I ପ୍ରତି ବର୍ଷ ଏହି ଯଜ୍ଞ ଶ୍ରୀ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯୋଗୁଁ ଏହା କିଛି ଦିନ ବିଳମ୍ବରେ ଅନୁଷ୍ଠିତ ହୋଇଛି I ଗତ କାଲି ଏହି ନାମ ଯଜ୍ଞ ପାଇଁ କଳସ ଯାତ୍ରା ଏବଂ ଶୁଭାଧିବାସ କାର୍ଯ୍ୟ ସମାପନ ହୋଇଥିବା ବେଳେ ଆଜି ସକାଳ 8 ଘଣ୍ଟା 30 ମିନିଟ୍ ସମୟରେ ବିଧି ମୁତାବକ 24 ପ୍ରହରୀ ଆରମ୍ଭ ହୋଇଥିଲା I ଯଜ୍ଞରେ ମୁଖ୍ୟ ପୂଜକ ଭାବେ ନୁଣିପଡା ମଠ ମହନ୍ତ ମହାରାଜ ଦାମୋଦର ଦାସ ଯୋଗ ଦେଇଥିବା ବେଳେ କୁମୁଣ୍ଡି, ଗୋପନଗର,ବିଞ୍ଝଗିରୀ, ବଙ୍କା , ଏବଂ ଖଇରପୁଟି ଗ୍ରାମର ପାଞ୍ଚୋଟି ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିଛନ୍ତି Iଏହି 24 ପ୍ରହରୀ ଦେଖିବାକୁ ପ୍ରଥମ ଦିନରୁ ହିଁ ଆଖପାଖ ବିଭିନ୍ନ ଗ୍ରାମ ତଥା ଗାଙ୍ଗପୁର, ସାଦରା, ଖଇରପୁଟି, ଇନ୍ଧନପୁର , ଦିଗି ,ବୋରୀ, ସିଂହମର୍ଦ୍ଦନ, ପାଲକଷଣ୍ଢା,ବିଞ୍ଝଗିରୀ,ଗୋପନଗର ପ୍ରଭୃତି ଗ୍ରାମରୁ ଲୋକଙ୍କ ସୁଅ ଛୁଟି ଥିବା ଦେଖାଯାଇଛି I ଆସନ୍ତା 10 ତାରିଖରେ ଏହି ଯଜ୍ଞ ସମାପ୍ତ ହେବାକୁ ଥିବା ବେଳେ କାର୍ଯ୍ୟକ୍ରମରେ ଗ୍ରାମ୍ୟ ପରିଚାଳନା କମିଟି,ଯୁବକ ସଂଘ ଏବଂ ଗ୍ରାମବାସୀ ସହଯୋଗ କରୁଛନ୍ତି I


