ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣରେ ପ୍ରତିବାଦ ଓ ପ୍ରତୀକ ଧାରଣା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଚଳିତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନର  ଭୋଟ ଗଣତି ଫଳାଫଳ ସରିଲା ପରେ ବୁଗୁଡା ବ୍ଲକର ଜନୈକ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କୁ କିଛି ଲୋକ ଆକ୍ରୋଶ ମୂଳକ ଭାବେ ଭୋଟ ଗଣନା କେନ୍ଦ୍ର ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଅପ୍ରୀତିକର ଘଟଣା ପରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘ, ହିଞ୍ଜିଳିକାଟୁ ପଞ୍ଚାୟତ ସମିତି, ଗଞ୍ଜାମ ପକ୍ଷରୁ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ପ୍ରତୀକ ଧାରଣ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସୁଶାନ୍ତ କୁମାର ପାତ୍ରଙ୍କ ସଭାପତିତ୍ୱରେ ସମସ୍ତ ସଦସ୍ୟ ମୁଖ୍ୟ ଫାଟକ ସମ୍ମୁଖରେ ସମ୍ମିଳିତ ହୋଇ ଘଟଣାର ତୀବ୍ର ନିନ୍ଦା କରିଥିଲେ।ପରେ ପ୍ରଶାସନିକ କାର୍ଯ୍ୟାଳୟ ଠାରେ ଭୋଟ ଗଣନା କାର୍ଯ୍ୟରେ ନିଷ୍ଠାର ସହିତ ଦାୟିତ୍ୱ ନିର୍ବାହ କରି  ବୁଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରୁ ଫେରୁଥିବା ବେଳେ ସମ୍ପୃକ୍ତ ବ୍ଲକର ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କ ଉପରେ ହୋଇଥିବା  ମରଣାନ୍ତକ ଆକ୍ରମଣର ପ୍ରତିବାଦ କରି ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏଥି ସହିତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସୁରକ୍ଷା ନିମନ୍ତେ ଦାବି ଓହରାଇ ଥିଲେ।ଉକ୍ତ ପ୍ରତିବାଦ କାର୍ଯ୍ୟକ୍ରମରେ ବାସୁଦେବ ବେହେରା, ରାଜେନ୍ଦ୍ର କୁମାର ପଟ୍ଟନାୟକ, ବିଜୟ କୁମାର ସେଠୀ, ଏସ ରାଜେଶ ରାଓ, କାଳୁ ଚରଣ ବେହେରା, ଶଙ୍କର ମହାନ୍ତି, ବୈଷ୍ଣବ ମଣ୍ଡଳ,ସାରାଇନ ଗମାଙ୍ଗ, ନବୀନ ମହାରଣା, ପ୍ରତାପ କୁମାର ସାହୁ, ଭାଣ୍ଡି ହରି ଓ ଗୌରହରି ବେହେରା ପ୍ରମୁଖ ପିଇଓ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ