ଜିଲ୍ଲାରେ ଖୋଲିଲା ମିଲେଟ ଶକ୍ତି ଟିଫିନ୍ ସେଣ୍ଟର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡକୋଳାକୋଟ ଗ୍ରାମ ଠାରେ ମଲେଟ ଶକ୍ତି ଟିଫନ୍ ସେଣ୍ଟର ଖୋଲିଥିବାର ଜଣାପଡିଛି । ଗଜପତି ଜିଲ୍ଲା ‘ଆତ୍ମା’ର ଆର୍ଥିକ ସହାୟତା ଏବଂ ୱାସନ ପ୍ରକଳ୍ପର ବୈଷିୟିକ ଜ୍ଞାନ କୌଶଳ, ମିଶନ ଶକ୍ତି ଓ ସିସିଡି ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହି ମିଲେଟ ଟିଫିନ୍ ସେଣ୍ଟରକୁ ଗୁମ୍ମା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଶେଖ ବେହେରା ଉଦ୍‌ଘାଟନ କରିଥିଲେ । ଉକ୍ତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ସକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଂଜନ ସେଠୀଙ୍କ ସମେତ ମିଶନ ଶକ୍ତି ସ୍କିମ ଅଫିସର, ଜିଲ୍ଲା କୃଷି ବିଭାଗ, ମିଶନ ଶକ୍ତି ଗୁମ୍ମା, ଗୁମ୍ମା ଜୀବୀକା ମିଶନ, ସୁଦୀପ୍ତ ସ୍ୱୟଂ ସହାୟକ ଦଳର ସଭ୍ୟା, ଅଙ୍ଗନବାଡି କର୍ମୀ ଓ ଗ୍ରାମର ବହୁ ମହିଳା ଓ ପୁରଷ ଅଂଶ ଗ୍ରହଣ କରିଥିଲେ । ଟିଫନ ସେଣ୍ଟରରେ ମାଣ୍ଡିଆରେ ତିଆରି ଇଡିଲି, ବରା, ପୁରୀ, ଗାରି, ଚିକେନ ପକୋଡା, କାଙ୍ଗୁ ଖିରି, ଗଙ୍ଗା କାକରା ଓ ମାଣ୍ଡିଆ ଲଡୁ ପ୍ରସ୍ତୁତ କରାଯାଇଥିଲା । ମିଲେଟରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ କିପରି ପୃ,୍‌ଟିକର ଓ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ ସେବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେହେରା ଏବଂ ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ ଶ୍ରୀ ସେଠୀ ଉପସ୍ଥିତ ଗ୍ରାମବାସୀଙ୍କୁ ବୁଝାଇବା ସହ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଧାରଣା ଦେବା ସହ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ବୁଝାଇଥିଲେ । ଜିଲ୍ଲାରେ ପ୍ରଥମ କରି ମିଲେଟ ଶକ୍ତି ଟିଫିନ ସେଣ୍ଟର ଗୁମ୍ମା ଠାରେ ଆରମ୍ଭ ହୋଇଛି ବୋଲି କୁହାଯାଇଛି । ପରିଶେଷରେ ଓଡିଶା ମିଲଟ ମିଶନର ଗୁମ୍ମା ବ୍ଲକ ସଂଯୋଜକ ପ୍ରଦୀପ ଗମାଙ୍ଗ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ