ପିଏନବି ପକ୍ଷରୁ ସିଏସଆର କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା) :ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ମଣ୍ଡଳ କାର୍ଯ୍ୟାଳୟ ବାଲେଶ୍ୱର ପକ୍ଷରୁୁ ମୟୁରଭଞ୍ଜ ଜିଲାର କୁଳିିଅଣା ବ୍ଲକ ଅନ୍ତର୍ଗତ ତୋଳକଛୁଇଁ ଗ୍ରାମରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧତା(ସିଏସଆର) ଅଂଶବିଶେଷ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତୋଳକଛୁଇଁ ଗ୍ରାମକୁ ବ୍ୟାଙ୍କ ପକ୍ଷରୁ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ମଣ୍ଡଳ ମୁଖ୍ୟ ପୁରୁଷୋତ୍ତମ ପଟ୍ଟନାୟକ ଯୋଗ ଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ବ୍ୟାଙ୍କିଙ୍ଗ ସେବା ବିଷୟରେ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ଗ୍ରାମର ଫୁଟବଲ କ୍ଲବ ସଦସ୍ୟମାନଙ୍କୁ ଖେଳସାମଗ୍ରୀ ବଣ୍ଟନ କରାଯାଇଥିଲା । ଗ୍ରାମର ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ବ୍ୟାଙ୍କରୁ ବିଭିନ୍ନ ସହାୟତା ଗ୍ରହଣ କରିବାକୁ ନିବେଦନ କରାଯାଇଛି । ଏହି ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ନିକଟସ୍ଥ ବ୍ୟାଙ୍କ ଶାଖାର ଶାଖା ପ୍ରବନ୍ଧକ ପରମେଶ୍ୱର ହାଁସଦା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟାଙ୍କର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ ।