ତହସିଲ ପକ୍ଷରୁ ୩୫ଟି ବିଦ୍ୟାଳୟକୁ ଜମିପଟ୍ଟା ପ୍ରଦାନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅଧୀନରେ ଥିବା୩୫ଟି ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମୂହ କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯାଇଛି । ବହୁ ଦିନ ଧରି ଏହି ତହସିଲ ଅଧିନରେ ଥିବା ବହୁ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଜମି ମାଲିକାନା ସ୍ୱତ୍ୱ ନଥିବାବେଳେ ନାନା ସରକାରୀ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଏହି ଅସୁବିଧାକୁ ଦୂର କରିବାପାଇଁ ସରକାର ନୂଆ ନିୟମ କରି ବିଦ୍ୟାଳୟକୁ ମାଲିକାନା ସ୍ୱତ୍ୱ ଦୈବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଜମିପଟ୍ଟା ନ ଥିବା ବିଦ୍ୟାଳୟ କତୃପକ୍ଷ ପଟ୍ଟା ପାଇଁ ରାଇରଙ୍ଗପୁର ତହସିଲଦାରଙ୍କ ପାଖରେ ଆବେଦନ କରିଥିଲେ ।ଆବେଦନକୁ ଭିତ୍ତିକରି ରାଇରଙ୍ଗପୁର ତହସିଲ ପକ୍ଷରୁ ସରଜମିନ କରି ପଟ୍ଟା ନଥିବା ଶିକ୍ଷାନୁଷ୍ଠାନ ଗୁଡିକକୁ ପଟ୍ଟା ଯୋଗାଇ ଦିଆଯାଇଛି । ରାଇରଙ୍ଗପୁର ତହସିଲଦାର ଯୋଗରଂଜନ ନାୟକଙ୍କ ତତ୍ବାବଧାନରେ ତଥା ତହସିଲ କର୍ମଚାରୀଙ୍କ ଉପସ୍ଥିତିରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ଏବଂ ଶିକ୍ଷା ଅନୁଷ୍ଠାନର କତୃପକ୍ଷଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା ।ଦିର୍ଘ ବର୍ଷ ପରେ ଜମିର ମାଲିକାନା ବିଦ୍ୟାଳୟ ନାମରେ ନାମିତ ହୋଇ ପାରିଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ।


