ବ୍ରହ୍ମାକୁମାରୀ ହୃଦୟ ମୋହିନୀଙ୍କ ପ୍ରଥମ ସ୍ମୃତି ଦିବସ ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମଜିଲ୍ଲା ମହକୁମା ଛତ୍ରପୁର ଶାନ୍ତି ଅନୁଭୂତି କେନ୍ଦ୍ର ତଥା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂଗଠନ ଶାଖା ଆନୁକୂଲ୍ୟରେ ଦାଦିଜୀ ବ୍ରହ୍ମାକୁମାରୀ ହୃଦୟ ମୋହିନୀ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଧିବଦ୍ଧ ସ୍ୱରୂପ ଭକ୍ତିପୂତ ଭାବେ ସ୍ମୃତିଚାରଣ କରାଯାଇଛି । ବ୍ରହ୍ମା ବାବାଙ୍କ ପରେ ଉତ୍ତର ଦାୟୀଭାବେ ଦାଦିଜୀ ଙ୍କୁ ମୁଖ୍ୟପ୍ରଶାସିକାଭାବେ ଦାୟିତ୍ୱଗ୍ରହଣ କରି ବାବାଙ୍କ ପ୍ରଚଳିତ ମୁରଲୀ ପାଠ ର ପ୍ରଚାରକ ଥିଲେ । ସେ ୧୯୨୭ ରେ ସିନ୍ଧୁପ୍ରଦେଶ ଅନ୍ତର୍ଗତ ହାଇଦ୍ରାବାଦ ସହରରେ ଜନ୍ମଗ୍ରହଣ କରି ବାଲ୍ୟ ସମୟ ଆଠ ବର୍ଷ ବୟସରୁ ବ୍ରହ୍ମାକୁମାରୀ ସଂସ୍ଥାରେ ବାଲ୍ୟବ୍ରହ୍ମଚାରୀ ଭାବେ ନିୟୋଜିତ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ପାକିସ୍ଥାନ ବିଭାଜନ ପରେ ସେ ରାଜସ୍ଥାନ ରେ ପ୍ରତିଷ୍ଠିତ ମାଉଣ୍ଟଆବୁ ରେ ରହି ଅବସ୍ଥାନ କରି ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥାନରେ ଭଗବତ ସେବାରେ ବ୍ରତୀ ହୋଇ ଦେଶର ତଥା ପୃଥିବୀରେ ଶାନ୍ତିପ୍ରତିଷ୍ଠା ଦିଗରେ ଅହରହ ସଂଗ୍ରାମ ଜାରୀ ରଖିଥିଲେ । ଗତ ୨୦୨୧ ମାର୍ଚ୍ଚ ୧୧ ତାରିଖରେ ସେ ଇହଲୀଳା ସମ୍ୱରଣ କରିଥିଲେ । ତାଙ୍କରି ଉଦ୍ଦେଶ୍ୟରେ ଆଜି ଶାଖା ସଂଚାଳିକା ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଏହି କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନା କରିଥିଲେ । ବ୍ରହ୍ମାକୁମାର ଶାନ୍ତନୁ କୁମାର ପଟ୍ଟନାୟକ ମହୋଦୟ ଯୋଗଦେଇ ଏହି ସ୍ମୃତି ଦିବସର ମହତ୍ତ୍ଵ ପ୍ରତିପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ