୨୪ ପଞ୍ଚାୟତରେ ନାୟବ୍ ସରପଞ୍ଚ ନିର୍ବାଚନ ଶେଷ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ବ୍ଲକର ୨୫ ପଞ୍ଚାୟତ ମଧ୍ୟରୁ ୨୪ ପଞ୍ଚାୟତରେ ନାୟବ୍ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦ଟାରୁ ନାମାଙ୍କନ ପତ୍ର ଗ୍ରହଣ, ୧୧ଟାରୁ ୧୧ଟା ୩୦ ମଧ୍ୟରେ ଯାଞ୍ଚ, ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର, ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ଭୋଟ ଗ୍ରହଣ ଓ ମତଦାନ ପରେ ଫଳାଫଳ ଘୋଷଣା ହୋଇଥିଲା । ମହାନ୍ତିପଡା ପଞ୍ଚାୟତରେ ୨ ଜଣ ୱାର୍ଡ ସଭ୍ୟ ଉପସ୍ଥିତ ଥିବା ବେଳେ ଅନ୍ୟ ମାନେ ଅନୁପସ୍ଥିତ ଥିବାରୁ ସେଠାରେ ନିର୍ବାଚନ ହୋଇପାରିନଥିଲା । ଟିଲୋ ପଞ୍ଚାୟତରେ ସ୍ୱପ୍ନାରାଣୀ ଦାସ ବିନା ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଥିଲେ । ସେଣ୍ଢତୀରା ପଞ୍ଚାୟତରେ ଋକ୍ମଣୀ ନନ୍ଦ ୭ ଖଣ୍ଡ ଓ ନିଳୋକ ପଞ୍ଚାୟତରେ ନିଧିରାମ ଯେନା ୩ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।


