ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଲେ ୩୯୪ ପରୀକ୍ଷାର୍ଥୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ବ୍ଲକର ୩ଟି ପରୀକ୍ଷା କେନ୍ଦ୍ରରେ ୬ଷ୍ଠ ଓ ୯ମ ଶ୍ରେଣୀର ୩୯୪ ଜଣ ପରୀକ୍ଷାର୍ଥୀ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଇଥିବା ଜଣାଯାଇଛି । ବନ୍ତସ୍ଥିତ ସରକାରୀ ବାଳିକା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୬ଷ୍ଠ ଶ୍ରେଣୀର ୨୪ରୁ ୨୩ ଜଣ, ୯ମ ଶ୍ରେଣୀରେ ୮୪ରୁ ୭୮ ଜଣ, ବନ୍ତ ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୬ଷ୍ଠ ଶ୍ରେଣୀରେ ୧୬୦ରୁ ୧୪୬ ଜଣ, ଟିଲୋ ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୬ଷ୍ଠ ଶ୍ରେଣୀରେ ୭୬ରୁ ୬୬, ୯ମ ଶ୍ରେଣୀରେ ୯୧ରୁ ୮୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାଯାଇଛି । ଅବ୍‌ଜରଭର ଭାବେ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରେଇ, ସୁପରିନ୍‌ଟେଣ୍ଡେଣ୍ଟ ଭାବେ ସରକାରୀ ବାଳିକା ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ଦାସ, ବନ୍ତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଉତ୍ତମ କୁମାର ଦତ୍ତ, ଟିଲୋ ସରକାରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ ଦାୟୀତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ