ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଗଂଜାମ ରୁ ଝୁଲିପାତ୍ର : ରମ୍ଭାରୁ କୁମାରୀ ବିଶ୍ୱାଳ

ଗଂଜାମ, (ବିନୋଦ ପଲାଇ) : ପୌରନିର୍ବାଚନ ପାଇଁ ବିଜୁଜନତା ଦଳ ପକ୍ଷରୁ ଗଞ୍ଜାମ ଏନଏସି ପାଇଁ ଝୁଲି ପାତ୍ର ଓ ରମ୍ଭା ଏନଏସି ପାଇଁ କୁମାରୀ ବିଶ୍ୱାଳ ପ୍ରାର୍ଥୀ ହୋଇଥିବା ବିଧାୟକ ସୁବାଷ ଚନ୍ଦ୍ର ବେହେରା ଘୋଷଣା କରିଛନ୍ତି । ଗଂଜାମ ଏନଏସିରେ ୧୨ଟି ୱାଡରେ ୯୯୩୮ ଜଣ ଭୋଟର ଥିବା ବେଳେ ପୁରୁଷ ଭୋଟର ୫୧୫୪ , ମହିଳା ଭୋଟର ୪୭୮୪ ଜଣ ଅଛନ୍ତି । ନିର୍ବାଚନ ଅଧିକାରୀ ରୂପେ ତହସିଲଦାର ଅରୁଣ କୁମାର ନାୟକ ଦାଇତ୍ବ ରେ ଥିବା ବେଳେ ଚତୁର୍ଥ ଦିନତେ ଜଣେବି ପାର୍ଥି ନାମାଙ୍କନ କରିନଥିବା ଜଣାପଡିଛି । ସେହିପରି ରମ୍ଭା ଏନଏସିରେ ୧୩ ଟି ୱାଡରେ ୯୩୦୦ ଭୋଟର ଥିବା ବେଳେ, ପୁରୁଷ ଭୋଟର ୪୭୩୫ ,ମହିଳା ଭୋଟର ୪୫୬୫ ଅଛନ୍ତି। ନିର୍ବାଚନ ଅଧିକାରୀ ରୂପେ ଜ୍ୟୋତିମୟ ଦାସ ଦାଇତ୍ୱରେ ଥିବା ବେଳେ ଚତୁର୍ଥ ଦିବସରେ ବି ଜଣେବି ପ୍ରାର୍ଥୀ ନାମାଙ୍କନ କରିନଥିବା ଜଣାପଡିଛି । ଶାନ୍ତିଶୃଙ୍ଖଳା ଦୃଷ୍ଟିରେ ରଖି ଗଂଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଓ ରମ୍ଭା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ନିଜ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରିଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ