କେନ୍ଦ୍ରାପଡା କଲେଜ ଓଡିଆ ସମ୍ମାନ ବିଭାଗର କ୍ଷେତ୍ର ଅଧ୍ୟୟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡିଆ ସମ୍ମାନ ବିଭାଗ ଦ୍ୱାରା କ୍ଷେତ୍ର ଅଧ୍ୟୟନ ଗବେଷଣା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ମନୀଷାକାନ୍ତି ଜେନା, ଅନ୍ୟତମ ଅଧ୍ୟାପିକା ସସ୍ମିତା ଅଧିକାରୀ, ଅଧ୍ୟାପକ ଡଃ. ଅଜିତ କୁମାର ଦାସ, ଅତିଥର ଅଧ୍ୟାପକ ଶ୍ରୀକାନ୍ତ ଚାନ୍ଦ, ଶଶିକାନ୍ତ ମଲିକ ପ୍ରମୁଖ ସ୍ନାତକ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ଥାନୀୟ କଜଳା ଗ୍ରାମରେ ଥିବା ‘ସାନ୍ତାଳ ଜନଜାତି ସଂସ୍କୃତି ଓ ପର୍ବ ପର୍ବାଣୀ’ ଶୀର୍ଷକ ଗବେଷଣା ଭିତ୍ତିକ ଏରିଆ ଷ୍ଟଡି କାର୍ଯ୍ୟକ୍ରମ କରାଯାଇଥିଲା । ସାନ୍ତାଳ ଜନଜାତିର ଜୀବନ ଶୈଳୀ, ସାଂସ୍କୃତିକ ବିବିଧତା, ପର୍ବ ପର୍ବାଣୀ ପ୍ରଭୃତି ଦିଗ ଉପରେ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କ୍ଷେତ୍ର ଅଧ୍ୟୟନ କାର୍ଯ୍ୟକ୍ରମର ସଫଳତା ପାଇଁ ଓଡିଆ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ