ୟୁକ୍ରେନକୁ ସହାୟତା କରୁଥିବା ଦେଶମାନଙ୍କୁ ପୁଟିନଙ୍କ ଶେଷ ଚେତାବନୀ : କହିଲେ ଏଭଳି କଥା

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) :ୟୁକ୍ରେନ ଉପରେ ଋଷର ଆକ୍ରମଣ ଏବେ ଚରମସୀମାରେ ପହଂଚିଛି । ସେପଟେ ୟୁକ୍ରେନକୁ ସହାୟତା କରୁଥିବା ରାଷ୍ଟ୍ରମାନଙ୍କୁ ଶେଷ ଚେତାବନୀ ଦେଇକ୍ତି ଋଷ । ଋଷ ତରଫରୁ କୁହାଯାଇଛି କି ୟୁକ୍ରେନକୁ ଆସୁଥିବା ବିଦେଶୀ ଅସ୍ତ୍ରଶସ୍ତ୍ର ଗାଡି ଉପରେ ଋଷ ସେନା ତୀକ୍ଷ୍ନ ନଜର ରହିଛି । ଏନେଇ ଋଷର ବିଦେଶ ମନ୍ତ୍ରୀ ସିିୟାବକୋବ କହିଛନ୍ତି କି, ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶମାନଙ୍କୁ ଭୋଗିବାକୁ ପଡିବ । ଏହାସହ ବିଦେଶରୁ ଅସ୍ତ୍ରଶସ୍ତ୍ର ନେଇ ୟୁକ୍ରେନ ଆସୁଥିବା ଗାଡିଗୁଡିକୁ କିଭଳି ନଷ୍ଟ କରାଯିବ ତାହା ଉପରେ ଋଷସେନା ଯୋଜନା ପ୍ରସ୍ତୁତ କରିସାରିଛି । ସେପଟେ ଋଷ ବିଦେଶ ମନ୍ତ୍ରୀ କହିଛନ୍ତି କି ଆମେରିକା ଓ ପଶ୍ଚିମଦେଶ ବିରୋଧରେ କେଉଁ କେଉଁ ପ୍ରତିବନ୍ଧକ ଲଗାଯିବ ସେନେଇ ଏକ ସୂଚୀ ପ୍ରସ୍ତୁତ କରାଯାଇଛି । ଏହା କେବଳ ଘୋଷଣା ହେବାକୁ ବାକି ରହିଛି । ଏହାସହ ୱାସିଂଟନ ଯଦି ଚାହିଁବ ତେବେ ଋଷ ଆମେରିକା ସହ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି । ଆମେରିକା ଓ ଋଷ ମଧ୍ୟରେ ଆଲୋଚନାକୁ ନେଇ ଋଷ ବିଦେଶମନ୍ତ୍ରୀ କହିଛନ୍ତି କି, ଏହି ଆଲୋଚନାରେ ଋଷ ସମ୍ପୂର୍ଣ୍ଣ ସୁରକ୍ଷାର ଗ୍ୟାରେଣ୍ଟି ଦେଇପାରିବ ନାହିଁ । କହିରଖୁ କି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ୟୁକ୍ରେନ ଏବେ ବି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ୟୁକ୍ରେନ ରାଷ୍ଟ୍ରପତି ସାରା ବିଶ୍ୱକୁ ସହାୟତା ପାଇଁ ନିବେଦନ କରୁଛନ୍ତି । ଏହାରି ଭିତରେ ଋଷସେନା ୟୁକ୍ରେନର ରାଜଧାନୀ କ୍ୱିବ ଓ ଅନ୍ୟ ଏକ ସହର ଖାରକିବକୁ ଧ୍ୱଂସ କରିଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ