ନେହେରୁ ଯୁବ କେନ୍ଦ୍ର ତରଫରୁ ଯୁବ ସଂସଦ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ବିନୋଦିନି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧନସ୍ଥ ନେହେରୁ ଯୁବକେନ୍ଦ୍ର ଗଜପତି ଓ ବିନୋଦିନି ଉଚ୍ଚମାଧ୍ୟମିକ ବିଦୟାଳୟର ମିଳିତ ଆନୁକୁଲ୍ୟରେ “ଜିଲ୍ଲାସ୍ତରୀୟ ପଡୋଶୀ ଯୁବ ସଂସଦ” କାର୍ଯ୍ୟକ୍ରମ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ସମ୍ମାନୀୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା, ରାଜସ୍ୱ ବିଭାଗର ଡେପୁଟି କଲେକ୍ଟର ନଟବର ଗରଡା, ନେହେରୁ ଯୁବ କେନ୍ଦ୍ର ଗଜପତିର ଯୁବ ଅଧିକାରୀ ବିୟଜ କୁମାର ମହାପାତ୍ର, ଜିଲ୍ଲା କର୍ମନିୟୋଜନ ଅଧିକାରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀ, ବିନୋଦିନି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମୋନଜ କୁମାର ପଟ୍ଟନାୟକ, ରାଜନୀତୀବିଜ୍ଞାନ ବିଭାଗର ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗ ଦେଇ ସମାଜରେ ଯୁବଗୋଷ୍ଠୀଙ୍କ ଭୂମୀକା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ସେହିପରି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ପ୍ରଦୀପ୍ତ ସରଙ୍ଗି, ସୁଶାନ୍ତ ପ୍ରସାଦନାୟକ ପ୍ରମୁଖ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷ ଭାବେ ଯୋଗଦେଇ ଜଳ ସଂରକ୍ଷଣ, ରେଡକ୍ରସ ତଥା ଆଶୁ ଚିକିତ୍ସା, କୋଭିଡ୍ ଆଦି ସମ୍ପର୍କରେ ପୁଙ୍ଖାନୁ ପୁଙ୍ଖ ଭାବେ ଯୁବଗୋଷ୍ଠୀଙ୍କୁ ବୁଝାଇଥିଲେ l ଏହିକାର୍ଯ୍ୟକ୍ରମରେ ଜିଲ୍ଲାର ୭ଗୋଟି ବ୍ଲକର ସ୍ୱେଚ୍ଛାସେବୀ ଓ ଯୁବ ସଂଘର ସଦଶ୍ୟମାନେ ଯୋଗ ଦେଇଥିବାବେଳେ ପ୍ରାୟ ୫ଶହର ଉର୍ଦ୍ଦ କଲେଜ ଛାତ୍ରଛାତ୍ରୀ ଉପସ୍ଥିତଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ବି.ଭବାନୀ ପ୍ରସାଦ, ଏ.ମହେଶ୍ବର ରାଓ, ପୂର୍ବତନ ସ୍ୱେଚ୍ଛାସେବୀ ମୋହିନୀ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ