ପ୍ରବଳ ରୌଦ୍ରତାପରେ ଜଳୁଛି ଗଜପତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ପାରଦ 43% ଅତିକ୍ରମ କରିଲା. ପ୍ରବଳ ରୌଦ୍ରତାପରେ ଜଳୁଛି ସାରା ଗଜପତି ଜିଲ୍ଲା । ସକାଳ 10 ଘଣ୍ଟା ହେଲେ ରାସ୍ତା ଘାଟ ଶୂନଶାନ ହୋଇପଡୁଛି. ଘରୁ କେହି ବାହାରୁ ନାହାନ୍ତି. ଏହି ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ଯସ୍ତ କରିଦେଉଛି. ଆଜି ସଦର ମହକୁମା ପାରଳାଖେମୁଣ୍ଡି ସହରରେ ତାପମାତ୍ରା 43 ଡିଗ୍ରୀ ଛୁଇଁ ଥିବାବେଳେ ଜିଲ୍ଲାର ଅନ୍ୟ କେତେକ ଅଞ୍ଚଳରେ ପାରଦ 43 ଡିଗ୍ରୀ ଅତିକ୍ରମ କରିଛି. ଏହାଦ୍ୱାରା ସାରା ଜିଲ୍ଲାରେ ପ୍ରଚଣ୍ଡ ଖରା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି.  ଗଜପତି ଜିଲ୍ଲାର ଗୁମ୍ମା, ଗୋଷାଣି, କାଶୀନଗର, ରାୟଗଡ, ଆର୍ ଉଦୟଗିରି, ନୂଆଗଡ, ମୋହନା ଓ ସଦର ମହକୁମା ପାରଳାଖେମୁଣ୍ଡି ସହରରେ ତାପମାତ୍ରା ବିଶେଷ ଭାବେ ବୃଦ୍ଧି ପାଇଛି. ଏହି ଜିଲ୍ଲାର ଗୁମ୍ମା ଓ ମୋହନା ବ୍ଲକରେ ତାପମାତ୍ରା ଅଧିକ ଥିଲେ ମଧ୍ଯ ଗତ ଦୁଇଦିନ ମଧରେ ସନ୍ଧ୍ୟା ସମୟରେ ଘଡଘଡି ସହ ବର୍ଷା ହେବା ଯୋଗୁଁ ଲୋକେ କିଛି ପରିମାଣରେ ଆଶ୍ବସ୍ତି ଅନୁଭବ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ