ଦାରିଙ୍ଗବାଡିରେ  ବସନ୍ତ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଠାରେ ବନାନୀ ସାରସ୍ଵତ ପରିଷଦର ୨୦୨୨ ବସନ୍ତ ଉତ୍ସବ ଏପ୍ରିଲ ମାସ ୧୦ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । କରୋନା ମହାମାରୀ ର ପ୍ରାଦୁର୍ଭାବ ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ବହୁ ଧୁମ ଧାମରେ ମହା ସମାରୋହରେ ପାଳିତ ହେବ। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟିକମାନେ ଯୋଗଦେବେ।ଏପ୍ରସଙ୍ଗରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସମ୍ପାଦକ ବିଦେଶୀ ନାୟକଙ୍କ ଆହ୍ଵାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଦେଷ୍ଟା ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ତହସିଲଦାର ଚାର୍ଲସ୍‌ ନାୟକ ଏବଂ ସଭାପତି ପତିତପାବନ ରାଉତ, ରମେଶ ଚନ୍ଦ୍ର ସାହୁ, ଉମେଶ କର ଓ ଶ୍ୟାମସୁନ୍ଦର ଦିଗାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ବ୍ୟାପକ ରୂପରେଖ ପ୍ରସ୍ତୁତ କରିଥିବା ସମ୍ପାଦକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ