ଅପର ବସଷ୍ଟାଣ୍ଡ ଠାରେ 4ଓ 5ୱାର୍ଡ ର ବିଜେଡି ନିର୍ବାଚନ କାର୍ଯ୍ୟାଳୟ ଉଦଘାଟିତ         

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରେ  ଛତ୍ରପୁର ଏନଏସି ର 4 ଓ 5 ନମ୍ବର ୱାର୍ଡ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ଏକ ନିର୍ବାଚନୀ କାର୍ଯ୍ୟାଳୟ  ଉଦଘାଟିତ ହୋଇଯାଇଛି l ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଏହି କାର୍ଯ୍ୟାଳୟକୁ ରିବନ କାଟି ଉଦଘାଟନ କରିବା ସହିତ ଏନଏସି ଅଧ୍ୟକ୍ଷା ପ୍ରାର୍ଥୀନୀ ଟି. ଲକ୍ଷ୍ମୀଙ୍କ ସମେତ 4 ନଂ ୱାର୍ଡ ର କାଉନସିଲର ପ୍ରାର୍ଥୀ ଜି. ପାପା ରାଓ ଓ 5 ନଂ ୱାର୍ଡ ର କାଉନସିଲର ପ୍ରାର୍ଥୀନୀ ଡ଼ି. ଇନ୍ଦୁ ଏବଂ ସମସ୍ତ ବିଜେଡ଼ି କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀ ଙ୍କୁ ବିପୁଳ ଭୋଟର ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ l ପରେ ବିଧାୟକ ଶ୍ରୀ ବେହେରା ନିଜେ  ସମସ୍ତ ଦଳୀୟ ପ୍ରାର୍ଥୀମାନଙ୍କୁ ସାଥିରେ ଧରି  ବିଭିନ୍ନ ୱାର୍ଡ ର ସାହିକୁ ସାହି ବୁଲି ସମସ୍ତ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ l ଏଥିରେ ଛତ୍ରପୁର ଏନଏସି ନଗର ସଭାପତି ବି. ରଜୁବାବୁ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ଏନଏସି ଅଧ୍ୟକ୍ଷା ଜି. ଆରତୀ,ଯୁବ ବିଜେଡ଼ି ସଭାପତି ଟି. ଚନ୍ଦ୍ର ଶେଖର ରାଓ,20ନଂ ଜିଲ୍ଲା ପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ପୂର୍ବତନ କାଉନସିଲର ରାଜେଶ ସାହୁ, କିଶୋର ଚନ୍ଦ୍ର ସେନାପତି ଓ ବାଦଲ କୁମାର ପାଣ୍ଡି, ସୟଦ ମୁକ୍ତାର, ଟି. ନାରାୟଣ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା ଙ୍କ ସମେତ ଶତାଧିକ ମହିଳା ଏବଂ ବିଜେଡ଼ି ଛାମୁଆ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ