ଘୋଷରାପଦା ଦୋଳ ପର୍ବ ପାଇଁ ପ୍ରସ୍ତୁତି ବୈଠକ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ଘୋଷରାପଦା ଠାରେ ଆଗାମି ୧୮ତାରିଖରେ ହେବାକୁ ଥିବା ଦୋଯାତ୍ରା ପାଇଁ ପ୍ରସ୍ୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶିର କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ନରହରି ପାତ୍ର, ମକରଧ୍ୱଜ ଜେନା, ଗଣେଶ୍ୱର ବାରିକ, ଗଗନ ବେହେରା, ପ୍ରହଲାଦ ମହାନ୍ତ, କରୁଣାକର ବାରିକ, ମଣିନାଥ ଜେନା, ପଞ୍ଚାନନ ଜେନା, ବୁଦ୍ଧଦେବ ଦାସ, କରୁଣାକର ନାୟକ, କର୍ତ୍ତମ ଜେନା, ରଥ ବାରିକ, ଭଗବାନ ବାରିକ, ନବ କିଶୋର ଜେନା, ବାସୁଦେବ ଜେନା ପ୍ରମୁଖ ଯୋଗଦେଇ ଦୋଯାତ୍ରାକୁ ସରଶ ସୁନ୍ଦର କରିବା ଉପରେ ଆଲୋଚନା କରିଥିଲେ । ଚଳିତବର୍ଷ ଗୋପ, ହାଯଡିହି, ଅକରୁଆ, ଚୋରଗଡିଆ, ରଗୁଡି, ଘୋଷରାପଦା ଆଦି ଗ୍ରାମରୁ ଦୋଳ ବିମାନ ଗୁଡିକ ଆସିବାକୁ ଥିବାବେଳେ ସନ୍ଦ୍ୟାରେ ସତ୍ୟନାରାୟଣ ପାଲା ଅନୁଷ୍ଠିତ ହେବ । ରାତିରେ ବାଣ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । ଦୋଳଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ଉପରେ ସଦସ୍ୟମାନେ ଗୁରୁତ୍ୱାରୋପ କରିଥିଲେ ।


