ବସନ୍ତକୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ଷଷ୍ଠ ଦଶତମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଷଷ୍ଠଦଶତମ ବାର୍ଷିକ ଉତ୍ସବ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରି ଈଶ୍ୱରଙ୍କ ପାଖରେ ନିଜକୁ ସମର୍ପଣ କରି ନିଷ୍ଠା ଓ ଆନ୍ତରକିତାର ସହ କର୍ତ୍ତବ୍ୟ ସମ୍ପାଦନ କଲେ ସଫଳତା ପ୍ରାପ୍ତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫୁଲ୍ଲ ଚୈାଧୁରୀ, ମୁଖ୍ୟବକ୍ତା ଭାବେ ଇଂ ଗୁଣନିଧି ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଇଂ ଗୋପିନାଥ ତ୍ରିପାଠୀ, ଡା. ନିରଞ୍ଜନ ପରିଡା, ୮ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ଓସ୍ତପୁର ଭଳି ଏକ ନିପଟ ମଫସଲ ଅଞ୍ଚଳରେ ୧୬ବର୍ଷ ପୂର୍ବେ ଏକ ମହତ ଉଦେଶ୍ୟରେ ଏଭଳି ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠାକରି ଗ୍ରାମାଞ୍ଚଳର ଗରୀବ ଅସହାୟ ଲୋକମାନଙ୍କୁ ଚକ୍ଷୁ ଚିକିତ୍ସା ସେବା ଯୋଗାଇଦେବା କେବଳ ଡା. ବିମଳବାବୁଙ୍କ ଭଳି ହୃଦୟବାନ ବ୍ୟକ୍ତିତ୍ୱଙ୍କ ଦ୍ୱାରା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ମା’ ବସନ୍ତ କୁମାରୀଙ୍କ ନାମରେ ପ୍ରତିଷ୍ଠିତ ଏହି ଚିକିତ୍ସାଳୟରେ ଏହା ମଧ୍ୟରେ ୧୨ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଇଛି । ଏହି ଚିକିତ୍ସାଳୟରେ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୋତିଆ ବିନ୍ଦୁ ଚକ୍ଷୁ ଅସ୍ର୍ତ୍ରୋପ୍ରଚାର ବିନା ମୂଲ୍ୟରେ କରାଯିବ ବୋଲି ଡା. ସରୋଜ କୁମାର ତ୍ରିପାଠୀ ସୂଚନା ଦେଇଥିଲେ । ସମାଜସେବାକୁ ନିଜ ଜୀବନର ବ୍ରତ କରିଥିବା ଡା. ତ୍ରିପାଠୀ ପ୍ରକୃତରେ ଏମାଟିର ଜଣେ ସୁଯୋଗ୍ୟ ସନ୍ତାନ ଓ ଏକ ବିରଳ ବ୍ୟକ୍ତିତ୍ୱ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ରାଉତ ଗ୍ରାମାଞ୍ଚଳର ଗରୀବ ଲୋକମାନଙ୍କୁ ନିସ୍ୱାର୍ଥପର ସେବା ଯୋଗାଇଦେବାରେ ଚିକିତ୍ସାଳୟର ଅଧ୍ୟକ୍ଷ ପ୍ରଫେସର ଡା. ତ୍ରିପାଠୀଙ୍କ ଭୂମିକା ଅବିସ୍ମରଣୀୟ ବୋଲି କହିିଥିଲେ । ଚିକିତ୍ସାଳୟ ଦାୟୀତ୍ୱରେ ଥିବା ଡା. ସରୋଜ କୁମାର ତ୍ରିପାଠୀ ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ ସହ ମଞ୍ଚ ସଂଚାଳନ କରିଥିଲେ । ଶେଷରେ ଇଂ ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ରାଉତ, ଫକିର ଚରଣ ଖଟୁଆ, ନାରୀନେତ୍ରୀ ରୋସ୍ନା ସାହୁ, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସଞ୍ଜୟ କୁମାର ଜେନା, ମନୋଜ କୁମାର ସାହୁ, ନିରଞ୍ଜନ ପରିଡା, ଚକ୍ଷୁ ଚିତ୍ସାଳୟର କର୍ମଚାରୀ ଇତିଶ୍ରୀ ନାୟକ, ସତ୍ୟବ୍ରତ ସିଂ, ଏ.ଏନ.ଏମ. ବନିତା ଧନି, ଜୟଶ୍ରୀ ସାହୁ, ଶିବାନନ୍ଦ ମାଟିଆ, ଭାଗ୍ୟଲକ୍ଷ୍ମୀ, କାଦମ୍ବିନୀ, ବନ୍ଦିତା, ଖଗେଶ୍ୱର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ