ଭୁବନେଶ୍ୱର ରେ ହୋଲି ପାଳନ ବେଳେ ମଦ୍ୟପଙ୍କ ଉତ୍ପାତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ବର ରେ ଗତକାଲି ହୋଲି ପାଳନ ବେଳେ ବିଶେଷ କରି ମଦ୍ୟପ ମାନଙ୍କ ଉତ୍ପାତ ବହୁ ମାତ୍ରାରେ ବଢି ଯାଇଥିଲା । କମିଶନରେଟ ପୋଲିସ ପକ୍ଷରୁ ସହରରେ କଡା ସୁରକ୍ଷାର ବ୍ୟବସ୍ତା କରାଯାଇଥିଲେ ମଧ୍ୟ ଏହି ମଦ୍ୟପ ମାନେ ମଦ୍ୟପାନ କରି ରାଜ ରାସ୍ତାରେ ଅତି ଉଶୃଙ୍ଖଳ ଭାବେ ବିଭିନ୍ନ ଦୁଇ /ଚାରି ଚକିଆ ଯାନ ରେ ବେପାରୁଆଭାବେ ବୁଲୁଥିଲେ।ଡିଉଟି ରେ ଥିବା ପୋଲିସ କର୍ମଚାରୀ ଓ ପାଟ୍ରୋଲିଂ ଗାଡି ଗୁଡିକ ସବୁ ଦେଖୁଥିଲେ ମଧ୍ୟ କଣ ପାଇଁ ନିରବ ଦ୍ରଷ୍ଟା ସାଜିଥିଲେ କିଛି ବୁଝା ପଡୁ ନଥିଲା।ଏଠାରେ ସୂଚନା ଯୋଗ୍ୟ ଯେ,ସେହି ସମୟରେ ବିଜେବି ନଗର ର କଳ୍ପନା -ବଡଗଡ଼ ମୁଖ୍ୟ ରାସ୍ତାର ପାରା ମାଉଣ୍ଟ କ୍ଲବ ପାର୍ଶ୍ୱରେ ରହିଥିବା ଏକ ମରୁତି କାର ର ପଛ ପାଶ୍ୱରୁ କୌଣସି ମଦ୍ୟପ ଚାଳକ ଧକ୍କା ଦେଇ ରାସ୍ତାରେ କେହି ନଥିବାର ସୁଯୋଗ ନେଇ ଖସି ଚାଲି ଯାଇଥିଲା।ଯାହା ଫଳରେ ରହିଥିବା ଗାଡିଟିର ପଛ ପର୍ଶ୍ଵର ଡାହାଣ ପାର୍ଶ୍ଵ ସମ୍ପୁଣ୍ଣ ଭାବେ ନଷ୍ଟ ହୋଇ ଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁରା ରାଜଧାନୀରେ ୨୦ଟି ପୋଲିସ ପାଟ୍ରୋଲିଂ ଗାଡି ବୁଲୁଥିବା କମିଶନରେଟ ପୋଲିସ ପକ୍ଷରୁ ପ୍ରଚାର କରା ଯାଇଥିଲେ ମଧ୍ୟ ରାସ୍ତାରେ କୌଣସି ଗାଡି ଦୃଷ୍ଟିଗୋଚର ହୋଇ ନଥିଲା ।


