ପ୍ରଚାର ମଇଦାନରେ ୧୧ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ପିଙ୍କି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୧୧ ନମ୍ବର ୱାର୍ଡଟି ସହରର ମଧ୍ୟସ୍ଥଳ । ଖଡିଅଙ୍ଗ ଓ ଜଇପୁରା ଗ୍ରାମକୁ ନେଇ ଏହି ୱାର୍ଡଟି ଦୀର୍ଘ ଅର୍ଦ୍ଧଶତାବ୍ଦୀ ହେବ ବର୍ଷୀଆନ ନେତା ଶଙ୍କର୍ଷଣ ପଣ୍ଡାଙ୍କ ନେତୃତ୍ୱକୁ ଲୋକେ ସମର୍ଥନ ଦେଇ ଆସିଛନ୍ତି । ଜଣେ ପୁରୁଖା ନେତା, ପୂର୍ବତନ କାଉନସିଲର ଏବଂ ଲୋକପ୍ରିୟତାକୁ ଆଧାର କରି ତାଙ୍କ ପୁଅ ହିରଣ୍ୟ କୁମାର ପଣ୍ଡା(ଲିଟୁନନା) ଗତ ପୈାର ନିର୍ବାଚନରେ କାଉନସିଲର ଭାବେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିଥିଲେ । ବିଜେଡିର ଜଣେ ଆଗ ଧାଡିର କର୍ମୀ, ମୋ ପରିବାର ଏବଂ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସହସଂଯୋଜକ ଭାବରେ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ସେ ବିଜେଡି ଦଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅନ୍ୟପକ୍ଷରେ ଜନସାଧାରଣଙ୍କ ସମସ୍ୟା ଓ ସୁଖଦୁଃଖରେ ସର୍ବଦା ଛିଡା ହେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ରୋଗୀଙ୍କୁ ସହାୟତା ପ୍ରଦାନରେ ହିରଣ୍ୟ ପ୍ରାଥମିକତା ଦେଇ ଆସିଛନ୍ତି । ତାଙ୍କ ଲୋପ୍ରିୟତା ଆଧାରରେ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ଏହି ୱାର୍ଡରେ ପତ୍ନୀ ପୁଷ୍ପାଞ୍ଜଳି ବସ୍ତିଆ(ପିଙ୍କି)ଙ୍କୁ ବିଜୁ ଜନତାଦଳରୁ କାଉନସିଲର ପ୍ରାର୍ଥୀ କରାଯାଇଛି । ପ୍ରଚାର ମୈଦାନରେ ପିଙ୍କି ଘର ଘର ବୁଲି ତାଙ୍କର ମାରାଥନ ନିର୍ବାଚନୀ ପ୍ରଚାର ଚଳାଇଥିବା ବେଳେ ସବୁଠାରେ ତାଙ୍କୁ ବିପୁଳ ଜନସମର୍ଥନ ମିଳୁଥିବା ଦେଖାଯାଇଛି ।