ବ୍ଲକ ଅଧ୍ୟକ୍ଷାଙ୍କୁ ରମ୍ପାସ ପଞ୍ଚାୟତ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ) :ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କୁ ବଡ ରମ୍ପାସ ପଞ୍ଚାୟତ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ସମିତିସଭ୍ୟ ବାବନ ଜେନା, ପୁର୍ବତନ ସରପଞ୍ଚଙ୍କ ପ୍ରତିନିଧି ତଥା ବ୍ଲକ ଯୁବ ବିଜେଡିର ଉପସଭାପତି ବଳରାମ ସାହୁ, ଶ୍ରୀଧର ସାହୁ, ନାରାୟଣ ବେହେରା, ଦେବେନ୍ଦ୍ର ଜେନା, ନିରଞ୍ଜନ ସାହୁ, ପହଲା ଯେନା, ସନ୍ତୋଷ ଜେନା, ବୁନୁ ପାତ୍ର ପ୍ରମୁଖ ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାିବା ଦହିତ ପଞ୍ଚାୟତର ଅନେକ ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।


