ବରିଷ୍ଠ ବିଜେପି ନେତାଙ୍କ ବିଜେଡିରେ ଯୋଗଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ହୋଟେଲ ଗ୍ରାଣ୍ଡ ମୟୁରରେ ରାଜ୍ୟ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର କାର୍ଯ୍ୟକାରୀଣୀ ସଦସ୍ୟ ସଞ୍ଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଏବଂ ରାଜ୍ୟ ପ୍ରଗତିରେ ଅନୁପ୍ରାଣିତ ହୋଇ ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ସୁବାଷ ଚନ୍ଦ୍ର ରାଉତ, ବସନ୍ତ କୁମାର ପରିଡା, ପ୍ରହଲ୍ଲାଦ ମାହାଳି ପ୍ରମୁଖ ବିଜେପି କର୍ମୀମାନେ ଏହି ବୈଠକରେ ବିିଜୁ ଜନତା ଦଳରେ ଯୋଗଦେଇଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ବିଜେପି କର୍ମୀମାନଙ୍କୁ ପୁଷ୍ପଗୁଛ ଏବଂ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ଦଳକୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ସାମିଲ ହୋଇଥିବାରୁ ସେମାନଙ୍କୁ କୃତଜ୍ଞତା ପ୍ରଦାନ ସହ ଓଡିଶାର ସର୍ବ ପ୍ରଥମ ତଥା ସର୍ବ ପୁରାତନ କେନ୍ଦ୍ରାପଡା ପୈାରସଂସ୍ଥା ପାଇଁ ଚଳିତ ପୈାର ନିର୍ବାଚନରେ ନଗରପାଳ ପ୍ରାର୍ଥୀ ସରିତା ସାହୁଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି ବୈଠକରେ ପୂର୍ବତନ ପୈାରାଧ୍ୟକ୍ଷା ରୋସନା ସାହୁ, ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସାହିତ୍ୟିକ ବାସୁଦେବ ଦାସ, କବି ନିରଞ୍ଜନ ମେକାପ, ମହମ୍ମଦ ଜାହିଦ ଖାନ, ଶିକ୍ଷାବିତ ସେକ ରହିସୁଦିନ, ସେକ ଓହିଦ, ସେକ ବୁନା, ଧିରେନ୍ଦ୍ର ଦାସ , ସତ୍ୟବ୍ରତ ସିଂ, ସ୍ୱଂୟପ୍ରଭାକର, ଲୋପାମୁଦ୍ରା ବାରିକ, ଅକ୍ଷୟପ୍ରିୟ ଦାସ, ମଙ୍ଗଳ ବରଣ ସିଂ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ), ଉମାକାନ୍ତ ସିଂ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ନିରଞ୍ଜନ ବଳ, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ବ୍ରଜ ସୁନ୍ଦର ରାଉତ, ମାନସ ରଞ୍ଜନ ଧଳ, ଶେଷଦେବ ଦାସ, ତମସା ପାତ୍ର, ରେଣୁବାଳା ସାମଲ, ତାରେଣୀ ପାଟ୍ଟଜୋଷି, ହାଡିବନ୍ଧୁ ସିଂ, ପ୍ରହଲ୍ଲାଦ ମହାଳି, ଲୋକନାଥ ରାଉତ, ଗୋକୁଳାନନ୍ଦ ଦାସ, ହରି ପ୍ରସାଦ କର, ତ୍ରିଲୋଚନ ସାହୁ, ମନୋଜ ସାହୁ, ମାନସ ମହାନ୍ତି, ସୁବାଷ ମିଶ୍ର, ସୁରେଶ ନାୟକ, ସେକ ଅଫସର ଅଲ୍ଲୀ ବକ୍ସ, ଗୋବର୍ଦ୍ଦନ ରାଉତ, ଦିନେଶରାଜ ସିଂ, ଦୀପକ ପ୍ରଧାନ, ସେକ ୟୁସୁଫ ପ୍ରମୁଖ ଉପସ୍ଥିତ ଥିଲେ । ରମାକାନ୍ତ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଞ୍ଜନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରଥିଲେ ।