୧୦ ବର୍ଷ ହେଲା ଖରାପ ହୋଇନି ବର୍ଗର

ଆଜିକାଲି ଫାଷ୍ଟଫୁଡ୍ ସମସ୍ତଙ୍କୁ ପସନ୍ଦ । ହେଲେ ୧୦ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ବର୍ଗର ଏବେବି ଖାଇବା ଉପଯୋଗୀ ରହିଛି କହିଲେ କେହି ବିଶ୍ୱାସ କରିବା କଷ୍ଟକର । କିନ୍ତୁ ଏହା ସତ । ୟୁରୋପର ଆଇସଲ୍ୟାଣ୍ଡରେ ଏବେ ଏକ ବର୍ଗର ଓ ଫ୍ରାଇଜ୍ ଖାଦ୍ୟ ଉପଯୋଗୀ ଥିବା ଜଣାପଡ଼ିଛି । ଆଉ ଏବେ ଏହାକୁ ଦେଖିବାକୁ ବିଶ୍ୱରୁ ଅନେକ ଲୋକ ଆସୁଛନ୍ତି । ଅସଲ କଥା ହେଉଛି ୧୦ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୯ରେ ଆଇସଲ୍ୟାଣ୍ଡରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା । ଏହାକୁ ଦେଖି ମ୍ୟାକଡୋନାଲ୍ଡସ୍ ତା’ର ୩ଟି ଷ୍ଟୋର ବନ୍ଦ କରି ଦେଇଥିଲା । ଏଥିମଧ୍ୟରୁ ଗୋଟିଏ ଷ୍ଟୋର ରାଜଧାନୀରେ ରହିଥିଲା । ଜର୍ଟର ମରାସନ ନାମକ ଜଣେ ବ୍ୟକ୍ତି ଶେଷ ଥର ପାଇଁ ଏଠାରୁ ଅକ୍ଟୋବର ୩୧, ୨୦୦୯େରେ ବର୍ଗର ଓ ଫ୍ରାଇଜ୍ ନେଇଥିଲେ । ଏହା ପରେ ଏହାକୁ ସୁରକ୍ଷିତ ରଖାଯାଇଥିଲା । ଏବେ ଏହି ବର୍ଗର ଓ ଫ୍ରାଇଜକୁ ଦକ୍ଷିଣ ଆଇସଲ୍ୟାଣ୍ଡରେ ଥିବା ସ୍ନୋତ୍ରା ହାଉସର ହଷ୍ଟେଲରେ ଥିବା ଏକ କୋଠରୀରେ ରଖାଯାଇଛି । ଏହି ହଷ୍ଟେଲର ମାଲିକ କୁହନ୍ତି ଏହା ଖୁବ୍ ପୁରୁଣା ହେଲେ ମଧ୍ୟ ଏବେ ବି ଏହା ସୁରକ୍ଷିତ ରହିଛି । ସୋସିଆଲ ମିଡିଆରେ ଏବେ ଏହି ବର୍ଗର ଓ ଫ୍ରାଇଜ ଭାଇରାଲ ହୋଇଛି । ଦିନକୁ ପ୍ରାୟ ୪ ଲକ୍ଷ ଲୋକ ଏହାକୁ ସୋସିଆଲ ମିଡିଆରେ ଦେଖୁଛନ୍ତି । ଆଇସଲ୍ୟାଣ୍ଡ ୟୁର୍ନିଭସିଟିର ବରିଷ୍ଠ ଅଧ୍ୟାପକ ବର୍ଜର୍ନ ଏଡବର୍ଜନସ କୁହନ୍ତି ଏହି ବର୍ଗରରେ ପାଣି ଅଂଶ ନାହିଁ । ତେଣୁ ଏହା ଏପର୍ଯ୍ୟନ୍ତ ଖରାପ ହୋଇ ନାହିଁ । ଅନ୍ୟପଟେ କମ୍ପାନୀ କହିଛି ତା’ର ପ୍ରାୟ ସବୁ ଉତ୍ପାଦନ ଅନ୍ୟମାନଙ୍କ ଅପେକ୍ଷା ଠିକ୍ ବାତାବରଣରେ ରଖାଯାଇଥାଏ । ସେଥିପାଇଁ ୧୦ ବର୍ଷ ପରେ ବି ବର୍ଗର ଓ ପ୍ରାଇଜ ଖରାପ ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ