ରମ୍ପାସ ବିରିଡି ରାସ୍ତା କାମ ନିମ୍ନମାନର ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ରମ୍ପାସ ଠାରୁ ବିରିଡି ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟିରେ ବିରାଟ ବିରାଟ ଖାଲଖମା ହୋଇଯାଇଥିବାବେଳେ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁର୍ବରୁ ଏହି ରାସ୍ତାଟିକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ବହୁ ବର୍ଷଧରି ଏହା ଆଉ ମରାମତି କରାନଯିବାରୁ ରାସ୍ତାଟି ଖାଲ ଖମାରେ ପୁରି ଉଠିଥିଲା । ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଏହାର ମରାମତି ପାଇଁ ଟେଣ୍ଡର କରାଯାଇ ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯାଉଛି । ରାସ୍ତାକୁ ଉପଯୁକ୍ତ ମରାମତି କରାଯାଉ ନଥିବାରୁ ଏହାର ସ୍ଥାୟୀତ୍ୱ ନେଇ ସନ୍ଦେହ ପ୍ରକାଶ ପାଇଛି । ଯେଉଁ ଠିକାସଂସ୍ଥା ଏହାକୁ ମରାମତି କରୁଛି ସେ ଖାଲ ଖମା ଗୁଡିକୁ କେବଳ ବାଲି ଓ ପଥର ଗୁଣ୍ଡ ପକାଇ ପୋତି ଦେଉଛି । ନୁଆ ମେଣ୍ଟାଲ ବ୍ୟବହାର ନକରି ରାସ୍ତାରୁ ବାହାରିଥିବା ମେଣ୍ଟଲ ଗୁଡିକ ଯାହି ତାହି ଭାବେ ଥୋଇଦେଇ ଖାଲ ପୋତୁ ଥିବାରୁ ଏହାର ସ୍ଥାୟୀତ୍ୱ କେତେଦିନ ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି । ଏନେଇ ସେମାନେ ବିଭାଗୀୟ ଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ ପ୍ରମୁଖଙ୍କୁ ଜଣାଇ ଉଚ୍ଚମାନର କାମ କରାଇବା ପାଇଁ ନିବେଦନ କରିଛନ୍ତି । ଏହା ଏକ ବନ୍ୟା ପ୍ଳାବିତ ରାସ୍ତା ହୋଇଥିବାରୁ ଯେପରି କାମ ହେଉଛି ତାହା ଗୋଟିଏ ବର୍ଷରେ ରାସ୍ତାଟି ଧୋଇ ଯିବାର ଆଶଙ୍କା ଦେଖା ଦେଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ