“ତମାଖୁ ମୁକ୍ତ ବିଦ୍ୟାଳୟ” : ସଚେତନତା କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ” ତମାଖୁ ମୁକ୍ତ ବିଦ୍ୟାଳୟ” ସଚେତନତା କାର୍ଯ୍ୟକ୍ରମ ମାର୍ଚ୍ଚ ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଯୋଗଦଇଥିବା ବେଳେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ, ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଟେକିନିସିଆନ କାଳୀ ଚରଣ ସାହୁ, ଷ୍ଟାପ ନର୍ସ ଗଙ୍ଗା ସାହାଣୀ ଯୋଗ ଦେଇଥିଲେ। ଡାକ୍ତର ଶ୍ରୀ ରାଉତ ତମାଖୁ ସେବନ ଦ୍ୱାରା ଯେଉଁ ସବୁ ମାରାତ୍ମକ ରୋଗ ହୋଇଥାଏ ସେହି ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇବା ସହ ତମାଖୁ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ଅତିଥି ବୃନ୍ଦ ନିଜର ବକ୍ତବ୍ୟରେ କିଛି ଛାତ୍ର ତମାଖୁ ସେବନ କରୁଥିବା ନଜିର ରହିଛି। ଆଜିର ଛାତ୍ର ଆସନ୍ତା କାଲିର ନାଗରିକ। ଉତ୍ତମ ନାଗରିକ ହେବାପାଇଁ ପାନ, ବିଡ଼ି, ସିଗାରେଟ, ବିଭିନ୍ନ ତମାଖୁ ପୁଡ଼ିଆ ସମ୍ପୂର୍ଣ୍ଣ ଭାବେ ତ୍ୟାଗ କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ। ଆମେ ତମାଖୁ ବର୍ଜ୍ଜନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ତମାଖୁ ସେବନରୁ ଦୁରେଇ ରଖିବାକୁ ଚେଷ୍ଟା କରିବାକୁ ଅତିଥି ବୃନ୍ଦ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ