ମୁକ୍ତ ଶିକ୍ଷା ପ୍ରଦାନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ପିରିପୁର ମହୁରା ଆଦିବାସୀ ସାହି ଠାରେ ମୁକ୍ତ ଶିକ୍ଷା ପ୍ରଦାନ କରାଯାଇଛି। ପ୍ରତିଷ୍ଠାତା ତ୍ରିଲୋଚନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଦିବାସୀ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ଖାତା, କଲମ, ପୁସ୍ତକ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହା ସହିତ ବସ୍ତିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ଆଗକୁ ସମସ୍ତ ପିଲା କେଉଁଭଳି ବିଦ୍ୟାଳୟ କୁ ଯିବେ ସେନେଇ ଆଲୋଚନା କରାଯାଇଥିଲା। ଏଥିରେ ସମ୍ପାଦିକା ପୂଜାରାଣୀ ବେହେରା, ଅଜିତ୍ ପତି, ଅଜୟ କୁମାର ରାଉତ, ରତିକାନ୍ତ ନାୟକ, ପ୍ରଭାତ ରାଉତ, ସୂଜିତ୍ ଜେନା,ଦିପକ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


