ନିଯୁକ୍ତି ଭିତ୍ତିକ ପ୍ରସ୍ତୁତି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ଦକ୍ଷତା ବୃଦ୍ଧି ସହିତ ନିଯୁକ୍ତି ଭିତ୍ତିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଓରମାସ ଦ୍ଵାରା ଆୟୋଜିତ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏଥିପାଇଁ ଆସନ୍ତା ୩୦ତାରିଖ ଦିନ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଦିନିକିଆ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଶିବିର ଆୟୋଜନ ହେଉଛି। ଏଥିପାଇଁ ଆଜି ଵିଡିଓ ଦେବଦତ୍ତ ଦାସ ଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଜୀବିକା ମିଶନ ସଂଯୋଜକ ସୁବ୍ରତ ପଣ୍ଡା, ବନିତା ଦଳେଇ,କାଞନ ମଲିକ,ସୀମାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ନିଯୁକ୍ତି ଶିବିର ପାଇଁ ଡ଼ାକବାଜି ଜରିଆରେ ବ୍ଲକ ଅଞ୍ଚଳ ରେ ପ୍ରଚାର କରାଯାଉଛି ।


