ଭଣ୍ଡାରିପୋଖରୀ ଠାରେ ଭାରତ ବନ୍ଦର ପ୍ରଭାବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଶ୍ରମିକ ମାରଣ ନୀତି ପ୍ରତିବାଦରେ ଦୁଇ ଦିନ ଧରି ସର୍ବଭାରତୀୟ ସ୍ତରରେ ଧର୍ମଘଟ ଡାକରା ଦିଆଯାଇଛି। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ଭଣ୍ଡାରିପୋଖରୀ ଠାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବ୍ଲକ ଦେଇ ଜାଇଥିଵା ୧୬ନମ୍ବର ଜାତୀୟ ରାଜପଥକୁ ବିଭିନ୍ନ ସଂଗଠନର ଶ୍ରମିକ ମାନେ ବନ୍ଦ କରିଥିବାବେଳେ ଉଭୟ ପାର୍ଶ୍ଵରେ ଜାନଵାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ୪ଘଣ୍ଟା ଧରି ରାସ୍ତାରେ ଗାଡ଼ି ଗୁଡ଼ିକ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲା ରହିଥିଲେ ସୁଦ୍ଧା କର୍ମଚାରୀ ସଂଖ୍ୟା କମ୍ ରହିଥିବା ବେଳେ ସାଧାରଣ ଲୋକଙ୍କ ଆତଜାତ ମଧ୍ୟ ସେଭଳି ନଥିଲା। ସ୍ଥାନୀୟ ଚାଷୀମୂଲିଆ ସଂଘ ସଦସ୍ୟ ମାନଙ୍କ ସହିତ ଅନେକ ଶ୍ରମିକ ସଂଗଠନ କର୍ମକର୍ତ୍ତା ବନ୍ଦରେ ସାମିଲ ହୋଇଥିଲେ ।


