ଶ୍ରମିକ ସଙ୍ଗଠନ ଗୁଡିକ ପକ୍ଷରୁ କେନ୍ଦ୍ରାପଡ଼ା ବନ୍ଦ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଶ୍ରମିକ ସଙ୍ଗଠନ ଆଇ.ଏନ.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି., ଏ.ଆଇ.ସି.ସି. ଟି.ୟୁ., ଏଚ. ଏମ.ଏସ., ସେୱା, ବ୍ୟାଙ୍କ,ବୀମା ଓ ଏମ୍ପେ୍ଲାଇଜ ଫେଡେରେସନ ପକ୍ଷରୁ ଡାକରା ଦିଆଯାଇଥିବା ଦୁଇ ଦିନିଆ ସାଧାରଣ ଧର୍ମଘଟର ପ୍ରଥମ ଦିନରେ କେନ୍ଦ୍ରାପଡ଼ା ବନ୍ଦ କରାଯାଇଥିଲା । ଏହି ଅବସରରେ ତିନିମୁହାଣୀ ଛକ ଠାରେ ଶ୍ରମିକ ନେତାମାନେ ଗାଡିମଟର ବନ୍ଦ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ସେମାନଙ୍କ ଦାବି ଥିଲା ୪ଟି ଶ୍ରମ କୋଡର ଓ ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ଆଇନ ବାତିଲ, ସଂଯୁକ୍ତ କିଷାନ ମୋର୍ଚ୍ଚାର ୬ ଦଫା ଦାବିକୁ ଗ୍ରହଣ କରିବା, ଘରୋଇକରଣ ବନ୍ଦ କରିବା, ଜାତୀୟ ସମ୍ପଦ ମୁଦ୍ରିକରଣ ଯୋଜନାକୁ ବାତିଲ କରିବା, ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ଧାର୍ଯ୍ୟ କରିବା, ଆୟକର ପ୍ରଦାନ ତଳେ ଥିବା ପରିବାରକୁ ମାସକୁ ୭୫୦୦ ଟଙ୍କା ପ୍ରଦାନ କରିବା, ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା, ପେଟ୍ରୋଲଜାତ ପଦାର୍ଥ ଉପରୁ ଏକସାଇଜ ଡ୍ୟୁଟି ହ୍ରାସ କରିବା ପ୍ରଭୃତି ୧୨ ଦଫା ଦାବିରେ ଏହି ଧର୍ମଘଟ କରାଯାଇଥିଲା । ଶ୍ରମିକ ସଂଗଠନର ନେତାମାନେ ରାସ୍ତାରୋକ କରିବା ସହ ସହରର ବିଭିନ୍ନ ସରକାରୀ ଦପ୍ତର, ବ୍ୟାଙ୍କ, ବୀମା, ଡାକ କାର୍ଯ୍ୟାଳୟ ପ୍ରଭୃତି ବନ୍ଦ କରିଥିଲେ । ଏହି ଧର୍ମଘଟ ଡାକରାରେ ସ୍ୱତଃପୁତ ଭାବେ ଅନେକ ଅନୁଷ୍ଠାନ ବନ୍ଦ ରହିଥିଲା । ଶ୍ରମିକ ସଙ୍ଗଠନମାନଙ୍କ ଦ୍ୱାରା ଆହୂତ ଏହି ଧର୍ମଘଟକୁ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ(ଏମ୍‌), ସିପିଆଇ, ସିପିଆଇ(ଏମ୍‌ଏଲ) ଓ ଏସ୍‌ୟୁସିଆ ପ୍ରମୁଖ ଦଳ ସମର୍ଥନ କରିବା ସହ ଏଥିରେ ସାମିଲ ହୋଇଥିଲେ । ଏହି ଉପଲକ୍ଷେ ତିନିମୁହାଣୀ ଛକରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଆଇଏନ୍‌ଟିୟୁସିର ଜିଲ୍ଲା ସଭାପତି ମୁକ୍ତାର ଖାଁ ସଭାପତିତ୍ୱ କରିଥିବା ବେଳେ ଏଆଇଟିୟୁସିର ଜିଲ୍ଲା ସଭାପତି ବାବାଜି ଧଳ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିପିଆଇ(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଏସ୍‌ୟୁସିଆଇ ଜିଲ୍ଲା ନେତ୍ରୀ ଏଲିନା ସାମନ୍ତରାୟ, ସିପିଆଇଏମ୍‌(ଏଲ) ନେତା ପ୍ରକାଶ ମଲ୍ଲିକ, ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ନବ ନିର୍ମାଣ କୃଷକ ସଂଗଠନର ଆବାହକ ଦାସରଥୀ ସାହୁ, ଆଇ.ଏନ.ଟି.ୟୁ.ସି. ରାଜ୍ୟ ସଦସ୍ୟ ପ୍ରଦୀପ କୁମାର ମହାନ୍ତି, ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଜୟ ସାମଲ, ବସନ୍ତ ସେଠୀ, ବିଧୁଭୂଷଣ ମହାପାତ୍ର, ବିଜୟ ଦାସ, ସି.ଆଇ.ଟି.ୟୁ. ଜିଲ୍ଲା ନେତା ମାଧବ ଦାସ, କୃଷ୍ଣଚନ୍ଦ୍ର ରାଉତ, ଉମେଶ ଚନ୍ଦ୍ର ସିଂହ, ଅମୀୟ କୁମାର ନାୟକ, ସର୍ବେଶ୍ୱର ସେଠୀ, ପ୍ରତାପ ପରିଜା, ଆଦିକନ୍ଦ ରାଉଳ, ସୁହାନା ବେଗମ, ଅଭୟ ଦାସ, ବିଚିତ୍ର ଧଳ, ଭାରତୀ ବାରିକ, ଆକବରୀ ବେଗମ, ପଦ୍ମନାଭ ବେହେରା, ରମେଶ ଚନ୍ଦ୍ର ମଲିକ, ହୀରାମଣି ରାଉତ, ସଞ୍ଜୀବ ରାଉତ, ମହେନ୍ଦ୍ର ପରିଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆଶାକର୍ମୀ ନେତ୍ରୀ କାନ୍ତୀ ପ୍ରଭା ନାୟକ, ନନ୍ଦିନୀ ସ୍ୱାଇଁ, ରଞ୍ଜୁବାଳା ସ୍ୱାଇଁ, ସୈାଦାମିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧରକ ଆଶାକର୍ମୀ ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ