ନା କୁ ସ୍ମାର୍ଟ କ୍ଳାସ : ପିଲା ପାଠ ପଡୁଛନ୍ତି ଗଛ ତଳେ

ମୋହନା, (ଅଂଶୁମାନ ପଣ୍ଡା) :ଓଡ଼ିଶାର ଶିକ୍ଷା ବ୍ୟବସ୍ଥା କହିଲେ କିଛି ସ୍ଥାନ ରେ ସଠିକି ଭାବେ ଚାଲିଛି କିନ୍ତୁ ଅନେକ ଜିଲ୍ଲା ରେ ଆଜି ମଧ୍ୟ ଶିକ୍ଷା ବ୍ୟବସ୍ଥା ଅନ୍ଧକାର ମଧ୍ୟରେ ଲୁଛି ରହିଛି I ଶିକ୍ଷକ ଦିନେ ବିଦ୍ୟାଳୟ ଆସିଲେ ୫ଦିନ ଆସୁ ନାହାନ୍ତି କିନ୍ତୁ ଉପସ୍ଥିତ ରହୁଥିବା ଉଲେଖ ରହୁଛି ଖାତାରେ ଯାହା ଦ୍ୱାରା ଉପାନ୍ତ ଇଲାକା ର ପିଲେ ପାଠ ପଢିବା ଛାଡି ମହୁଲ ଗୁଟାଇବା, ଆମ୍ବ ଜଗିବା, ତେନ୍ତୁଳି ଜଗିବା ପାଇଁ ନିଜ ପରିବାର ସହ ଜଙ୍ଗଲ କୁ ଯିବାକୁ ପଡୁଛି I ଅନେକ ସ୍ଥାନରେ ବିଦ୍ୟାଳୟ ଶ୍ରେଣୀ ଗୃହ ନଥିବା ରୁ ପିଲା ମାନେ ଗୋଟିଏ ଶ୍ରେଣୀ ଗୃହ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବାସୀ ପାଠ ପଡୁଛନ୍ତି I ସରକାର ଦେଉଛନ୍ତି ଛାତ୍ର ଛାତ୍ରୀ ଙ୍କ ପାଇଁ ଜୁତା, ବହି ହେଲେ ତାହା ପିଲାଙ୍କୁ ନ ଦେଇ ବିଦ୍ୟାଳୟ ରେ ଖତ ଖାଉଛି I କେଉଁଠି ପିଇବାପାଣି ଅଛି ତ କେଉଁଠାରେ ଜମାରୁ ନାହିଁ କି ଶୌଚାଳୟ, ବିଦୂତ ବେଵସ୍ଥା ମଧ୍ୟ ନଥିବା ଦେଖିବା କୁ ମେଳୁଛି I ଅଭିଯୋଗ କରିଲେ ତାହା କାଗଜ କଲମ ରେ ସୀମିତ ରହୁଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନି ଶିକ୍ଷକ ବିଦ୍ୟାଳୟ ନ ଯାଇ ଘରେ ରହି ପାଉଛନ୍ତି ଟଙ୍କା ପିଲା ଙ୍କ ଭବିଷ୍ୟତ ଅନ୍ଧକାର ଏଭଳି ଦେଖେ ଦେଇଛି I ମୋହନା ବ୍ଲକ ର ଦୁର୍ଗମ ପାହାଡ଼ ଘେରା ରେ ଥିବା ରାୟଗଡ଼ାଜିଲ୍ଲା ଓ ଗଜପତି ଜିଲ୍ଲା ସୀମାନ୍ତ ଗରଡ଼ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ଟି୧୯୬୪ରେ ସ୍ଥାପନ ହୋଇଥିଲା ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପରେ୨୦୧୮ରୁ ଅଷ୍ଟମ ଠାରୁ ଦଶମ ଶ୍ରେଣୀ ପାଇଁ ଘୁଷଣା ହେଲା ହେଲେ ଶ୍ରେଣୀ ଗ୍ରହ ରହିଛି ୫ଟି ସେଥି ରେ ଗୋଟିଏ ହେଉଛି ପ୍ରଧାନ ଶିକ୍ଷକ କାର୍ଯ୍ୟାଳୟ ଅନ୍ୟ ଶ୍ରେଣୀ ଗୃହ ରେ ଦିନ ରେ ପାଠ ପଢା ରାତିରେ ହଷ୍ଟେଲ ଚାଲୁଛି ତାହା ସହ ବେଳେ ବେଳେ ଗୋଟିଏ ଶ୍ରେଣୀ ଗୃହ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କୁ ଏକାଠି ବସାଇ ପାଠ ପଢା ଯାଉଛି I ସେଥିରେ ପିଲା ପାଠ ବୁଝିବା ବହୁ ମୁସ୍କିଲ ହେଉଥିବା ଶିକ୍ଷତ୍ର କହିଛନ୍ତି I ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ସଂଖ୍ୟା ହେଉଛି ୫୨୯ I ଶିକ୍ଷକ ଶିକ୍ଷୟିତ୍ରୀ ହେଉଛନ୍ତି୧୧ଜଣ କିନ୍ତୁ ନିୟମିତ ଶିକ୍ଷକ ଶିକ୍ଷୟିତ୍ରୀ ଆସୁଛନ୍ତି ୬ଜଣ ଅନ୍ୟ ମାନଙ୍କ ଦେଖା ମେଳୁନି କିନ୍ତୁ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ କିଛି ହାତ ଗୁଂଜା ଦେଇ ମାସିକ ବେତନ ପାଉଛନ୍ତି I ବିଦ୍ୟାଳୟ ରେ ନା ଅଛି ବାଳିକା ଙ୍କ ପାଇଁ ଶୌଚାଳୟ ନା ବାଳକ ଙ୍କ ପାଇଁ ପିଇବା ପାଇଁ ପାଣି ନଥିବାରୁ ପିଲେ ବିଦ୍ୟାଳୟ ଠାରୁ ୫୦ମିଟର ଦୂର କୁ ଯାଇ ପାଣି ଆଣି ପିଅନ୍ତି I ରୁଷେଇ ଗୃହ ମଧ୍ୟ ଅଭାବ ପାଚେରୀ ଖେଳ ପଡ଼ିଆ ସାତସପ୍ନ ହେଲେ ସରକାର ଙ୍କ୫ଟି ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି ସ୍ମାର୍ଟ କ୍ଲାସ ତାହା ମଧ୍ୟ ଦୁଇଟି ଗୃହ ଗୋଟିଏ ଲାଇବେରୀ ଅନ୍ୟଟି ବିଜ୍ଞାନ କୌଶଳ ପାଇଁ କିନ୍ତୁ ପିଲା ପଡିବା ପାଇଁ ନାହିଁ ଶ୍ରେଣୀ ଗୃହ ବହୁ ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଶୁଣୁନି ଗୁହାରି ଶେଷରେ ବାଧିୟ ହୋଇ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ଗଛ ମୂଳେ ପାଠ ପଢା ଯାଉଥିବା ଦେଖିବା କୁ ମେଳିଛି ସେପଟେ ବିଦୂତ ସଂଜଗ ଓ ପାଣି ସୁବିଧା ନଥିବାରୁ ସ୍ମାର୍ଟ କ୍ଲାସ ଗୃହ ନିର୍ମାଣ ଅଟକି ରହିଥିବା ଠିକାଦାର କହିଛନ୍ତି I ତୁରନ୍ତ ଏହି ବିଦ୍ୟାଳୟ ପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ବିଦ୍ୟାଳୟ ର ସମସ୍ୟା ଦୂର କରିବାକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପରିଛା କହିଛନ୍ତି ଅନ୍ୟପଟେ ଏହା ଦୁର୍ଗମ ଅଞ୍ଚଳ ଏବଂ ଜିଲ୍ଲା ର ଶେଷ ବ୍ଲକ ଏହି ବିଦ୍ୟାଳୟ କୁ୧୦ରୁ୧୫କିମି ଦୂର ଦୂରାନ୍ତରୁ ଛାତ୍ର ଛାତ୍ରୀ ମାନେ ଆସନ୍ତି ପଡିବା ପାଇଁ କିନ୍ତୁ ହଷ୍ଟେଲ ଗୃହ ନଥିବାରୁ ବିଦ୍ୟାଳୟ ରେ ରହୁଛନ୍ତି ୧୦୦ଛାତ୍ର ବାଳିକା ହଷ୍ଟେଲ ନଥିବାରୁ ନିରାଶ ହେଉଛନ୍ତି ଛାତ୍ରୀ ମାନେ ଯାହା ଦୁରା ପାଠପଡିବା ରେ ବାଧା ସୃଷ୍ଟି ହେଉଛି ତେଣୁ ତୁରନ୍ତ ହଷ୍ଟେଲ ଗୃହ ନିର୍ମାଣ କରିବା ପାଇଁ ବିଦ୍ୟାଳୟ କମିଟିର ଦୁଖୁ ବଡ଼ମାଝୀ ଓ ଅବିବାକ ଛାତ୍ର ଛାତ୍ରୀ ମାନେ ଅନୁରଧ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ