କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରରେ ଏକ ସରକାରୀ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ କୃଷି ବିଭାଗର ଅବସରପ୍ରାପ୍ତ ବହୁ ଅଧିକାରୀ, ଅଗ୍ରଣୀ ଚାଷୀ ଓ ବୁଦ୍ଧିଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୁଧବାର ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ସାକ୍ଷାତ ସହ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟର ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ । କୃଷିପ୍ରଧାନ ଜିଲା ଭାବେ ବାଲେଶ୍ୱର ବେଶ ଆଗରେ ରହିବା ସାଙ୍ଗକୁ ଏଠାରେ ଉତ୍ତମ ଭିତ୍ତିଭୂମି ମଧ୍ୟ ରହିଛି । ଦେଶର ଉତ୍ତର ପ୍ରଦେଶରେ ୨୫, ପଶ୍ଚିମବଙ୍ଗରେ ୧୯, ମଧ୍ୟପ୍ରଦେଶରେ ୧୪, ଆନ୍ଧ୍ରପ୍ରଦେଶରେ ୨୦, ଦୀଲ୍ଲୀ ୪୧, ଗୁଜରାଟ ୨୯, ମହାରାଷ୍ଟ୍ରରେ ୨୫, ପଞ୍ଜାବ ୧୦, ତାମିଲନାଡ଼ୁ ୧୪, କେରଳ ୯, ହରିଆନା ୧୦, କର୍ଣ୍ଣାଟକ ୯, ଅରୁଣାଞ୍ଚଳ ପ୍ରଦେଶରେ ୬ କୃଷି ମହାବିଦ୍ୟାଳୟ ଥିବା ବେଳେ ବେଳେ ଓଡ଼ିଶାରେ ମାତ୍ର ୩ଟି କୃଷି ମହାବିଦ୍ୟାଳୟ ଅଛି । ଅନ୍ୟପକ୍ଷରେ ମହାନଦୀର ଦକ୍ଷିଣ ପାଶ୍ୱର୍ରେ ବହୁ ସରକାରୀ ପ୍ରତିଷ୍ଠାନ ରହିଥିବା ବେଳେ ଉତ୍ତର ପାଶ୍ୱର୍ ଅର୍ଥାତ ବାଲେଶ୍ୱରରେ ଅବିଳମ୍ବେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରି କୃଷି ଉପରେ ନିର୍ଭର କରୁଥିବା ୮୦ ଭାଗ ଲୋକଙ୍କୁ ସ୍ୱାବଲମ୍ବୀ କରିବାରେ ଯଥାର୍ଥତା ରହିଛି ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି । କୃଷି ଓ କୃଷକର ବିକାଶ ଦିଗରେ ବିଶେଷ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକ।।ର ଏଦିଗରେ ଉଚିତ ପଦକ୍ଷେପ ନେବା ଏକାନ୍ତ ଆବଶ୍ୟକ ବୋଲି ସ୍ମାରକପତ୍ରରେ ଉଲେଖ କରଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ ଡ. କେଶବ ଚରଣ ପଣ୍ଡା, ହରନାରାୟଣ ମଣ୍ଡଳ, ସୁଧୀର କୁମାର ପ୍ରଧାନ, ଚୌଧୁରୀ ଅଭୟ ଚନ୍ଦ୍ର ମିଶ୍ର, ଅନନ୍ତ କୁମାର ପଟ୍ଟନାୟକ, ସୁବୋଧ କୁମାର ପାତ୍ର, ଚୌଧୁରୀ ସ୍ୱରୂପ କୁମାର ମହାପାତ୍ର, ଅଜୟ କୁମାର ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରବିନାରାୟଣ ଭୋଳ, ନିରଞ୍ଜନ ପରିଡ଼ା, ମୃତ୍ୟୁଞ୍ଜୟ ମହାପାତ୍ର, କିଶୋର ଗିରି ଓ ରବୀନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ଶରତ ଚନ୍ଦ୍ର ଗିରି ସ୍ମାରକପତ୍ର ଗ୍ରହଣ ସହ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିବେ ବୋଲି ଏହି ପ୍ରତିନିଧି ଦଳଙ୍କୁ ଅବଗତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ