ଡମ୍ବଗୁଡା ପଞ୍ଚାୟତରେ ନବ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ପ୍ରଥମ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡମ୍ବଗୁଡା ପଞ୍ଚାୟତ ଅତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ । ଆଜି ନବନିର୍ବାଚିତ ପଞ୍ଚାୟତ ଜନ ପ୍ରତିନିଧିମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ କଲବା ମଲ୍ଲିକ, ନାଏବ ସରପଞ୍ଚ ପୁଷ୍ପିତା ବଡମାଝୀ, ପିଇଓ ଆନ୍ଦ୍ରିୟ ମାଝୀ, ଜିଆରଏସ୍ ବସନ୍ତ କୁମାର ବେହେର୍ଦଳାଇ, ମିନତୀ ମଲ୍ଲିକ, ସମିତି ସଭ୍ୟ ବିଶ୍ୱାସ ନାଥ,୧୨ନମ୍ବର ୱାର୍ଡମେମ୍ବର ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିବା ବେଳେ ନବନିର୍ବାଚିତ ଜନ ପ୍ରତିନଧିଙ୍କ ସମେତ ମଞ୍ଚାସୀନ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରାଯାଇଥିଲା । ଏଥିରେ ପଞ୍ଚାୟତ ବାସୀଙ୍କ ସମେତ ଗ୍ରାମ ବାସୀ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଦୁର୍ଗମାଞ୍ଚଳର ବିକାଶ ଲାଗି ରହିଥିବା ଅଧୁରା କାର୍ଯ୍ୟ ଗୁଡିକୁ ପୁରଣ କରିବି ବୋଲି ସରପଞ୍ଚ କଲବାମଲ୍ଲିକ କହିଥିଲେ । ସେହିପରି ପାହାଡ ପର୍ବତ ଘେରାରେ ଥିବା ଗ୍ରାମାଞ୍ଚଳ ଲାଗି ପ୍ରଧାନମନ୍ତ୍ରୀ ସଡକ ଯୋଜନା, ମୋବାଇଲ ଫୋନ ସେବା ପାଇଁ ନେଟୱାର୍କ ବ୍ୟବସ୍ଥା ଲାଗି ମଧ୍ୟ ଆଲୋଚନା ହୋଇଥିଲା । ପଞ୍ଚାୟତ ସଦର ମହକୁମାରୁ ଅଡବାକୁ ଯିବାକୁ ହେଲେ ୧୦ କିମି ରାସ୍ତା ପଡୁଥିବାବେଳେ ଫୋନରେ କଥା ହେବାକୁ ହେଲେ ନେଟୱର୍କ ଥିବା ଅଞ୍ଚଳ ଯାହାକି ୨ରୁ୪କିମି ରାସ୍ତା ଅତିକ୍ରମ କରି କଥା ହେବାକୁ ପଡୁଛି । ସୂଚନା ଯୋଗ୍ୟ ଯେ, ଡମ୍ବଗୁଡା ଗ୍ରାମ ପଞ୍ଚାୟତ ସଦର ମହକୁମା ହେଲେ ମଧ୍ୟ ଏଠାକୁ ଯିବା ଆସିବା ପାଇଁ ପକ୍କା ରାସ୍ତା ଟିଏ ନଥିବା ବେଳେ ସମଗ୍ର ଡମ୍ବାଗୁଡା ପଞ୍ଚାୟତର ଅବସ୍ଥା କିପରି ରହିଥିବ ତାହା ସହଜେ ଅନୁମେୟ ।


